spot_img

ଦେଓଗାଁ ଅଞ୍ଚଳରେ ଦିନକୁ ଦିନ ବଢୁଛି  ହାତୀ  ଆତଙ୍କ 

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଗତ ଶୁକ୍ରବାର ରାତିରେ ୧୨ ଟି ବଡ଼ ଓ ୨ଟି ଛୁଆ ହାତୀ ଆସି  ଆଠଗାଁ ଫରେଷ୍ଟ ସେକ୍ସନର ରୁଗୁଡ଼ିପାଲି, ବନ୍ଧପାଲି, ଫଟାମୁଣ୍ଡା, ରେଙ୍ଗାଲି, ଉପରଝର ଅଞ୍ଚଳରେ ମକା, ପନିପରିବା, ଧାନ ଫସଲକୁ ମାଡ଼ି ଦଳି ନଷ୍ଟ କରିଦେଇଛନ୍ତି । ଏନେଇ  ଉପରଝର ଗାଁର ଚାଷୀ ରାମଜୀ ବିଶ୍ୱାଳ, ସୁରେଶ ବିଶ୍ୱାଳ, କୁଶଳେଶ୍ୱର ମହାକୁଡ଼ ଧାନକୁ ନଷ୍ଟ କରିଦେଇଥିବାର ଅଭିଯୋଗ କରିଛନ୍ତି ।
ସେହିପରି ହାତୀ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନେ ସ୍ଥାନୀୟ ଫରେଷ୍ଟରଙ୍କୁ ଲିଖିତ ଭାବେ ଦେଲେ ଧାନ ଚାଷରରେ ଏକର ପ୍ରତି ୧୦ ହଜାର ଓ ପନିପରିବା  ଏକର ପ୍ରତି ୧୨ ହଜାର ଟଙ୍କା ସହାୟତା ରାଶି ଦିଆଯିବ ବୋଲି ବନବିଭାଗ ସୂଚନା ଦେଇଛନ୍ତି ।
ସୂଚନାକ୍ରମେ, ବଲାଙ୍ଗୀର ରେଞ୍ଜ ମଠଖାଇ ସଂରକ୍ଷିତ ଜଙ୍ଗଲକୁ ଗତ ୧୫ ଦିନ ତଳେ ୩ଟି ହାତୀ ଆସିଥିବା ଜଣାପଡ଼ିଥିଲା । ଗତ ବର୍ଷ ଏକ ଦନ୍ତା ହାତୀ ମକା ବାଡ଼ିରେ ଭଙ୍ଗାରୁଜା କରିବା ପରେ ବିଦ୍ୟୁତ ଖୁଣ୍ଟରେ ଲାଗି ପ୍ରାଣ ହରାଇଥିଲା । ହାତୀକୁ ସୁରକ୍ଷା ଦେବା ସହ ଚାଷ ଓ ଚାଷୀର ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଚାଷୀ ମହଲରେ ଦାବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular