ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ ଆଜି ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଏମ୍ସର ଆଇସିୟୁ ୱାର୍ଡ଼ରେ ଭର୍ତ୍ତୀ କରାଯାଇଥିଲା । ସୂଚନା ମୁତାବକ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ ଦିଲ୍ଲୀର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଏପରି ଅକାଳ ବିୟୋଗରେ ସିୟାସୀ ଗଲିୟାରରେ ଶୋକର ଛାୟା ଖେଳିଯାଇଛି । ଏହା ପୂର୍ବରୁ ସେ ଆଇସିୟୁରେ ଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି)ରୁ ଇସ୍ତଫା ପତ୍ର ଦେଇଥିଲେ । ରଘୁବଂଶ ପ୍ରସାଦ ସିଂହଙ୍କ ବିୟୋଗରେ ଆରଜେଡ଼ି ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ସେ ଟ୍ୱିଟ କରି ଲେଖିଛନ୍ତି, ‘ପ୍ରିୟ ରଘୁବଂଶ ବାବୁ ! ଇଏ ଆପଣ କଣ କରିଦେଲେ? ମୁଁ ଗତକାଲି ଆପଣଙ୍କୁ କହିଥିଲି ଆପଣ କୁଆଡ଼େ ବି ଯିବେନି କିନ୍ତୁ ଆପଣ ଏତେ ଦୂରକୁ ଚାଲିଗଲେ । ମୁଁ ନିଶବ୍ଦ, ବହୁତ ଦୁଃଖିତ ଏବଂ ବହୁତ ମନେ ପଡ଼ିବେ ଆପଣ ।’
प्रिय रघुवंश बाबू! ये आपने क्या किया?
मैनें परसों ही आपसे कहा था आप कहीं नहीं जा रहे है। लेकिन आप इतनी दूर चले गए।
नि:शब्द हूँ। दुःखी हूँ। बहुत याद आएँगे।
— Lalu Prasad Yadav (@laluprasadrjd) September 13, 2020
ସୂଚନାଯୋଗ୍ୟ, ରଘୁବଂଶ ପ୍ରସାଦ ସିଂହ ଇସ୍ତଫା ଦେବା ଦ୍ୱାରା ବିହାର ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଆରଜେଡ଼ିକୁ ଏକ ସକ୍ତ ଝଟକା ଲାଗିଥିଲା । ରଘୁବଂଶ ପ୍ରସାଦ ସିଂହ ଦୀର୍ଘ ୩୨ ବର୍ଷ ହେବ ଲାଲୁ ପ୍ରସାଦ ଯାଦବଙ୍କ ସହିତ ଜଡ଼ିତ ଥିଲେ । କୁହାଯାଏକି ରଘୁବଂଶ ପ୍ରସାଦ ସିଂହ ଆରଜେଡ଼ିର ଜଣେ ଏପରି ନେତା ଥିଲେ, ଯିଏକି ଦଳ ଯଦି ଭୁଲ ରାସ୍ତାରେ ଯାଉଥାଏ, ତେବେ ଏହାକୁ ରୋକିବାକୁ ତିଳେ ମାତ୍ର ବିଳମ୍ବ କରନ୍ତି ନାହିଁ । ଏପରିକି ଆରଜେଡ଼ିର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସାମ୍ନାରେ ରଘୁବଂଶ ପ୍ରସାଦ ସିଂହଙ୍କ ଛଡ଼ା ଆଉ କେହି ମୁଁହ ଖୋଲିବାକୁ ସାହସ କରନ୍ତି ନାହିଁ । ଲାଲୁ ପ୍ରସାଦ ଯାଦବ ମଧ୍ୟ ତାଙ୍କ କଥା ମାନୁଥିଲେ ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0