spot_img

ମାଓ ସଂଗଠନ ପକ୍ଷରୁ ଧମକପୂର୍ଣ୍ଣ ପୋଷ୍ଟର

ଫୁଲବାଣୀ : ମାଓ ସଂଗଠନ ପକ୍ଷରୁ ଧମକପୂର୍ଣ୍ଣ ପୋଷ୍ଟର । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ କୁର୍ତ୍ତମଗଡ ନିକଟରେ ପୋଷ୍ଟର ଓ ବ୍ୟାନର ମରାଯାଇଥିବାର ଦେଖିବାକୁ ମିଳିଛି।

ମାଓବାଦୀ ସଂଗଠନ ପକ୍ଷରୁ ମରାଯାଇଥିବା ଧମକପୂର୍ଣ ପୋଷ୍ଟର ଓ ବ୍ୟାନରରେ ପୂର୍ବତନ ସରପଞ୍ଚ ଶିରିଶ ମଲ୍ଲିକଙ୍କୁ ହତ୍ୟା ଧମକ ଦିଆଯାଇଛି । ଏହାସହ ପୋଲିସ୍ ଗୁଳିରେ ନିହତ ହୋଇଥିବା ମାଓବାଦୀଙ୍କୁ ଶହିଦ୍ ଆଖ୍ୟା ଦିଆଯାଉ । ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ତେବେ ସ୍ଥାନୀୟ ଅଞ୍ଚଳରେ ପୋଷ୍ଟର ମରାଯାଇଥିବାର ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଜବତ କରିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular