ନୂଆଦିଲ୍ଲୀ: ଫେବୃଆରୀରେ ହୋଇଥିବା ଦିଲ୍ଲୀ ଦଙ୍ଗା ମାମଲାର ଚାର୍ଜସିଟ୍ ସାମ୍ନାକୁ ଆସିଛି । ଏନେଇ ଦିଲ୍ଲୀ ପୋଲିସ୍ ଚାର୍ଜସିଟ୍ ଦାଖଲ କରିଛି । ଦଙ୍ଗା ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ଭାବରେ ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ, ସ୍ୱରାଜ ଅଭିଯାଜ ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟନ୍ତୀ ଘୋଷ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଆପୋରଭାନନ୍ଦଙ୍କ ନାମ ଦାଖଲ କରିଛି । ଦିଲ୍ଲୀ ପୋଲିସର ଏହି ଚାର୍ଜସିଟ୍ ସାମ୍ନାକୁ ଆସିବା ପରେ ‘ଅର୍ବାନ ନକ୍ସଲ’ ର ନାରା ପୁଣି ଥରେ ସାମ୍ନାକୁ ଆସିଛି । ସିଏଏ-ଏଆରସିକୁ ମୁସଲିମ୍ ବିରୋଧୀ କହି ଫେବୃଆରୀର ଏହି ଦଙ୍ଗା ହୋଇଥିଲା । ଦଙ୍ଗା ମାମଲାରେ କେନ୍ଦ୍ର ସରକାର ଅନେକ ସମାଲୋଚନାର ଶିକାର ହୋଇଥିଲେ । ଦଙ୍ଗା ମାମାଲାରେ କେନ୍ଦ୍ର ସରକାର ଅନେକ ସମାଲୋଚନାର ଶିକାର ହୋଇଥିଲ । କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ ଆନେ୍ଦାଳନକାରୀଙ୍କୁ ଚାର୍ଜସିଟରେ ଦାଖଲ ହୋଇଥିବା ବ୍ୟକ୍ତିମାନେ ପ୍ରବର୍ତ୍ତାଇଥିଲେ ବୋଲି ଦିଲ୍ଲୀ ପୋଲିସ୍ର ଚାର୍ଜସିଟରୁ ଜଣାପଡିଛି ।
ଫେବୃଆରୀ ୨୩ ରୁ ୨୬ ମଧ୍ୟରେ ଦିଲ୍ଲୀର ଉତ୍ତର-ପୂର୍ବ ଜିଲ୍ଲାରେ ଏହି ଦଙ୍ଗା ହୋଇଥିଲା । ଏହି ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୮୧ ଜଣ ଆହତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି । ୯୧ ଜଣ ଗୁଳି ବାଜିବାରୁ ଆହତ ହୋଇଥିବା ଚାର୍ଜସିଟରେ ଦର୍ଶାଯାଇଛି । ଚାର୍ଜସିଟରେ ଦାଖଲ ହୋଇଥିବା ତିନି ଛାତ୍ରଙ୍କ ବୟାନ ଆଧାରରେ ପୁଲିସ୍ ଅନ୍ୟ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଦର୍ଶାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0