ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୯ ଶହ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୯ଶହ ୧୩ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୩୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୫୬୫ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୫୫୬ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୮୨ ଜଣ, ପୁରୀରୁ ୨୧୨ ଜଣ, ରାୟଗଡ଼ାରୁ ୯୮ଜଣ, ଭଦ୍ରକରୁ ୧୨୩ ଜଣ, ମୟୂରଭଞ୍ଜରୁ ୧୪୭ ଜଣ, ସୁନ୍ଦରଗଡ଼ରୁ ୩୫ ଜଣ, ବରଗଡ଼ରୁ ୧୪୬ ଜଣ, କେନ୍ଦୁଝରରୁ ୭୬ ଜଣ, ଗଞ୍ଜାମରୁ ୮୬ ଜଣ, ନବରଙ୍ଗପୁରରୁ ୧୧୨ ଜଣ, କେରାପୁଟରୁ ୧୦୦ ଜଣ, ସମ୍ବଲପୁରରୁ ୧୪୧ ଜଣ, ନୟାଗଡ଼ରୁ ୬୦ ଜଣ, ସୁବର୍ଣ୍ଣପୁରରୁ ୯୧ ଜଣ, ଜଗତସିଂହପୁରରୁ ୧୦୮ଜଣ, ଅନୁଗୁଳରୁ ୧୦୩ ଜଣ, କେନ୍ଦ୍ରାପଡ଼ାରୁ ୧୫୬ ଜଣ, ବୌଦ୍ଧରୁ ୬୧ ଜଣ, ବଲାଙ୍ଗିରରୁ ୧୪୨ ଜଣ, ନୂଆପଡ଼ାରୁ ୧୨୮ଜଣ, ଝାରସୁଗୁଡ଼ାରୁ ୧୬୨ ଜଣ, କଳାହାଣ୍ଡିରୁ ୬୦ ଜଣ, କନ୍ଧମାଳରୁ ୮୬ ଜଣ, ଦେବଗଡ଼ରୁ ୧୫ଜଣ, ଯାଜପୁରରୁ ୧୨୮ ଜଣ, ଢ଼େଙ୍କାନାଳରୁ ୭୪ ଜଣ, ଗଜପତିରୁ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୬୮ଜଣ ଓ ବାଲେଶ୍ୱରରୁ ୧୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0