spot_img

ମୌସୁମୀ ଅଧିବେଶନ ପୂର୍ବରୁ ୫ ସାଂସଦ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଆସନ୍ତା ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ତାହା ପୂର୍ବରୁ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ସମସ୍ତ ସାଂସଦ ମାନଙ୍କର କୋଭିଡ଼ ଟେଷ୍ଟ କରାଯାଉଛି । ତେବେ ରବିବାର ଦିନ ଏହି କୋଭିଡ଼ ଟେଷ୍ଟରେ ଲୋକସଭାର ୫ ଜଣ ସାଂସଦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ସାଂସଦ ମାନଙ୍କର କୋଭିଡ଼ ଟେଷ୍ଟ ଜାରି ରହିଛି । ମହାମାରୀ କରୋନା ପାଇଁ ଚଳିତ ବର୍ଷ ମୌସୁମୀ ଅଧିବେଶନରେ କିଛି ସ୍ୱତନ୍ତ୍ର ଧରଣର କାର୍ଯ୍ୟ ଦେଖିବାକୁ ମିଳିବ । ସଂସଦ ସତ୍ରରେ ସମସ୍ତ କୋଭିଡ଼ ଗାଇଡ଼ ଲାଇନ ପାଳନ କରାଯିବ । ପ୍ରତିଦିନ ଲୋକସଭା ୪ ଘଣ୍ଟା ବସିବ । କୋଭିଡ଼ କଟକଣା ପାଇଁ ଚଳିତ ବର୍ଷ ଗୃହରେ ପ୍ରଶ୍ନକାଳର ସମୟସୀମାକୁ ହ୍ରାସ କରାଯାଇ ଅଧା ଘଣ୍ଟା ଧାର୍ଯ୍ୟ କରାଯାଇଛି । ସମସ୍ତ ପ୍ରଶ୍ନର ଉତ୍ତର ଲିଖିତ ଆକାରରେ ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular