spot_img

ଚାଲିଗଲେ ହାକିମ ବାବୁ

ଭୁବନେଶ୍ୱର:  ଓଡିଆ ସିନେ ଜଗତର ବର୍ଷିୟାନ ଅଭିନେତା ଅଜିତ ଦାଶ ଆଉ ନାହାନ୍ତି । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟରେ ସେ ଥିଲେ ଅଧ୍ୟାପକ । ମୟୁରଭଞ୍ଜ କରଞ୍ଜିଆରେ ଜନ୍ମ ନେଇଥିଲେ ଅଜିତ ଦାଶ । ବହୁ ହିଟ୍ ଓଡିଆ ଚଳଚିତ୍ରରେ ଥିଲେ ନାୟକ । ‘ସିନ୍ଦୂର ବିନ୍ଦୁ’ ଚଳଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ପ୍ରଥମ ଫିଲ୍ମରେ ତାଙ୍କୁ ଦର୍ଶକ ଖଳନାୟକ ଭୂମିକାରେ ଦେଖିଥିଲେ । ଭିନ୍ନ ଭିନ୍ନ ଚରିତ୍ରକୁ ସେ ନିଖୁଣ ଭାବରେ ନିଭାଉଥିଲେ । ୬୦ରୁ ଅଧିକ ଓଡିଆ ଚଳଚିତ୍ରରେ ଅଭିନୟ କରିଛନ୍ତି ଅଜିତ । ‘ହାକିମ ବାବୁ’, ‘ମା’, ‘ତୁଣ୍ଡବାଇଦ’ ରେ ମଧ୍ୟ ଅଭିନୟ କରିଥିଲେ । ଚଳଚିତ୍ର ବ୍ୟତୀତ ନାଟକରେ ମଧ୍ୟ ନିଖୁଣ ଅଭିନୟ କରୁଥିଲେ । ବହୁ ମଞ୍ଚ ନାଟକରେ ସେ ନିଦେ୍ର୍ଦଶନା ମଧ୍ୟ ଦେଇଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ଧର୍ମପତ୍ନୀ ମାୟା ଦାସଙ୍କ ସୂଚନା ଦେଇଛନ୍ତି । ଏନଏସଡିରୁ ଡିଗ୍ରୀ ହାସଲ କରିଥିଲେ । ତାଙ୍କ ମୃତ୍ୟୁ ପରେ ସମଗ୍ର ଓଡିଆ ସିନେ ଦୁନିଆରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular