ପୁରୀ: ସହରରେ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବ ଦୁର୍ଗାପୂଜା । ଏ ନେଇ ଉପଜିଲ୍ଲାପାଳ ଭବତରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁର୍ଗାପୂଜା ପାଳନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ଏବଂ କୌଣସି ପରିସ୍ଥିତିରେ ମଣ୍ଡପ ନିକଟରେ ୭ ଜଣରୁ ଅଧିକ ଲୋକ ଉପସ୍ଥିତ ରହିବେ ନହିଁ । ଜିଲ୍ଳାପାଳଙ୍କ ଠାରୁ ଆବଶ୍ୟକୀୟ ଅନୁମତି ନେବାକୁ ହେବ । ମନୋରଞ୍ଜନ, କାର୍ଯ୍ୟକ୍ରମ, ଡାକବାଜି ଯନ୍ତ୍ର, ସର୍ବସାଧାରଣଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ସାମାଜିକ ଦୂଚରତାକୁ ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଗାଇଡଳାଇନରେ ଉଲ୍ଲଘଂନ କଲେ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭସାଣି ସମୟରେ କୌଣସି ଶୋଭାଯାତ୍ରା ହେବନାହିଁ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0