ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବୁଢ଼ାରଜା ହାଇସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ସ୍କୁଟି ଆରୋହୀ ପ୍ରାଣ ହରାଇଛନ୍ତି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଲେ ରାସ୍ତା କୁମ୍ଭାରଗାଁର ସାନ ରଣା(୨୮) । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନାନୁସାରେ, ଶନିବାର ସାନ ରଣାଙ୍କୁ ସେହି ଗ୍ରାମର ଦୋଳଗୋବିନ୍ଦ ନାୟକ ତାଙ୍କ ସ୍କୁଟି ସଜାଡ଼ିବା ପାଇଁ ଦେଇଥିଲେ । ଗ୍ୟାରେଜ ଯିବାକୁ ଡାକି ନେଇଥିଲେ । ତେବେ ଗ୍ୟାରେଜରେ କାମ ସାରିବା ପରେ ସାନଙ୍କୁ ସ୍କୁଟି ଘରେ ରଖି ଦେବା ପାଇଁ କହିଥିଲେ । ସାନ ଠିକ ଭାବେ ଗାଡି ଚଳାଇ ଜାଣୁ ନ ଥିବାରୁ ବୁଢ଼ାରଜା ହାଇସ୍କୁଲ ପାଖରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଇଥିଲେ । ତେବେ ଘଟଣା ସ୍ଥଳରେ ଥିବା କିଛି ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ପଠାଇଥିଲେ।
ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ନେବା ପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବୁର୍ଲା ନେଉଥିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣା ଶନିବାର ରାତିରୁ ବର୍ତ୍ତମାନ ସୁଦ୍ଧା ସମାଧାନ ହୋଇ ନଥିବା ବେଳେ ମାଲିକଙ୍କ ଘର ଆଗରେ ପରିବାର ଲୋକେ ଧାରଣା ଦେଇଛନ୍ତି। ତେବେ ଖବର ପାଇବା ପରେ ସଇଁନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ, ପୋଲିସ ଏଏସଆଇ ଦୁର୍ବାଦଳ ମେହେର ପହଞ୍ଚି ବୁଝାସୁଝା କରିଥିଲେ, କିନ୍ତୁ କୌଣସି ସମାଧାନ ହୋଇପାରି ନାହିଁ। ତେବେ କ୍ଷତି ପୁରଣ ଦାବୀରେ ଜିଦ୍ ଧରି ମୃତଦେହକୁ ଘର ଆଗରେ ବର୍ତ୍ତମାନ ପର୍ଯ୍ୟନ୍ତ ରଖି ଧାରଣା ଦେଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0