ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଳକ ଅନ୍ତର୍ଗତ ସାନଡ଼ଙ୍ଗର ଗାଁରେ ଅଚାନକ ଆକାଶମାର୍ଗରୁ ଖସିଛି ଏକ ବେଲୁନ । ଏହି ବେଲୁନରେ ଜିପିଏସ ସିଷ୍ଟମ ଓ ଇଲେକଟ୍ରନିକ୍ସ ସର୍କିଟ ଲାଗିଥିବାର ଜଣାପଡ଼ିଛି । ଫଳରେ ବେଳୁନକୁ ଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇଛନ୍ତି ।
ସୂଚନାକ୍ରମେ, କିଛି ମହିଳା ଜମିରେ ଚାଷ କାମ କରୁଥିବା ବେଳେ ହଠାତ ଆକାଶମାର୍ଗରୁ ଏକ ବଡ଼ ବେଲୁନ ଖସି ପଡ଼ିଥିଲା । ଏଥିରେ ଜିପିଏସ ସିଷ୍ଟମ ଓ ଇଲେକଟ୍ରନିକ୍ସ ଡ଼ିଭାଇସ ଲାଗିଥିବାର ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଗ୍ରାମବାସୀ ତୁଷୁରା ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ବେଲୁନ ଓ ସେଥିରେ ଲାଗିଥିବା ଜିପିଏସ ସିଷ୍ଟମ ଓ ଇଲେକଟ୍ରନିକ୍ସ ଡ଼ିଭାଇସକୁ ଜବତ କରିଥିଲା ।
ତେବେ କିଏ ଓ କେଉଁ ଉଦେ୍ଦଶ୍ୟରେ ଏପରି କରିଛି ତାକୁ ନେଇ ତଦନ୍ତ ଜାରି ରଖିଛି ପୁଲିସ । ବେଲୁନ ପଡ଼ିବାର ମାତ୍ର ୧୨ କିଲୋମିଟର ଦୂରରେ କଳାହାଣ୍ଡି ମୋହନଗିରିରେ ସିଆରପିଏଫ କ୍ୟାମ୍ଫକୁ ଟାର୍ଗେଟରେ ରଖି ମାଓବାଦୀମାନେ ଛାଡ଼ିଥିବାର ଲୋକେ ସନେ୍ଦହ କରୁଛନ୍ତି ।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0