ଆବୁଧାବି: ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର କିରଣ ପୋଲାର୍ଡ ଶନିବାର ୟୁଏଇରେ ପହଁଞ୍ଚିଛନ୍ତି । କାରବିଆନ୍ ପ୍ରିମିୟର ଲିଗ ଖେଳ ସାରି ସିପିଏଲ୍ ଖେଳାଳିମାନେ ଆଇପିଏଲ୍ ର ତ୍ରୟୋଦଶ ସଂସ୍କରଣରେ ଯୋଗ ଦେବା ପାଇଁ ନିଜ ନିଜ ଫ୍ରାଞ୍ଚାଇଜ୍ ସହ ପହଞ୍ଚିଛନ୍ତି । ପୋଲାର୍ଡ ମୁମ୍ବାଇ ଇଣ୍ଡିଆନସ୍ ଶିବିରରେ ଯୋଗ ଦେଇଛନ୍ତି । ପୋଲାର୍ଡଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜ୍ ତାରକା ସେର୍ଫାନେ ରଦରଫୋର୍ଡ ମଧ୍ୟ ଦଳ ସହ ଯୋଗ ଦେଇଛନ୍ତି । ପୋଲାର୍ଡଙ୍କ ନେତୃତ୍ୱରେ ତ୍ରିନବାଗୋ ନାଇଟ୍ ରାଇଡର୍ସ ସିପିଏଲ୍ ବିଜେତା ହୋଇଥିବାରୁ ଏଥର ଆଇପିଏଲରେ ତାଙ୍କ ଉପରେ ମୁମ୍ବାଇ ଇଣ୍ଡିଆନସର ନଜର ରହିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0