spot_img

ପ୍ରଥମ ଆମେରିକୀୟ ଭାବେ ହାରି ଗୁର୍ନି ଖେଳିପାରନ୍ତି ଆଇପିଏଲ

ଆବୁଧାବି: ଯୁକ୍ତରାଷ୍ଟ୍ର ଆମେରିକାର ଦ୍ରୁତ ବୋଲର ଅଲ୍ଲୀ ଖାନ୍ କୋଲକତା ନାଇଟ୍ ରାଇଡର୍ସ ପକ୍ଷରୁ ଏଥର ଆଇପିଏଲ ଖେଳିପାରନ୍ତି । ଦୁଇ ଥର ବିଜେତା କେକେଆର୍ ଏଥର ଇଂଲିସ୍ ଦ୍ରୁତ ବୋଲର ହାରି ଗୁର୍ନିଙ୍କ ବଦଳ ଖେଳାଳି ଭାବେ ୨୯ ବର୍ଷୀୟ ଅଲ୍ଲୀ ଖାନଙ୍କୁ ଦଳରେ ନେବାକୁ ଚାହିଁଛି । ଏନେଇ ଆଇପିଏଲ କର୍ତ୍ତୃପକ୍ଷଙ୍କ ଅନୁମୋଦନକୁ ଅପେକ୍ଷା କରିଛି । ଗତ ବର୍ଷ ଅଲ୍ଲୀ କେକେଆର ନଜରରେ ରହିଥିଲେ । ମାତ୍ର ଶେଷ ପର୍ଯ୍ୟନ୍ତ ଚୁକ୍ତି କାର୍ଯ୍ୟକାରୀ ହୋଇପାରିନଥିଲା । ଦୀନେଶ କାର୍ତ୍ତିକଙ୍କ କେକେଆର ଦଳ ୨୩ ତାରିଖରେ ମୁମ୍ବାଇ ଇଣ୍ଡିଆନସ୍ ସହ ଖେଳି ଆଇପିଏଲ ଅଭିଯାନ ଆରମ୍ଭ କରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular