spot_img

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରାୟ ୧୦ହଜାର ଭାରତୀୟଙ୍କ ଉପରେ ନଜର ରଖୁଛି ଚୀନ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଲଦାଖ ସୀମାରେ ଯୁଦ୍ଧ ପରିସ୍ଥିତି ମଧ୍ୟ ଉପୁଜିଲାଣି । ଏହା ମଧ୍ୟରେ ଚୀନର ଆଉ ଏକ ସାଂଘାତିକ ଷଡଯନ୍ତ୍ର ସାମ୍ନାକୁ ଆସିଛି । ଚୀନ କିଛି କମ୍ପାନୀ ଦ୍ୱାରା ଭାରତରେ ଗୁଇନ୍ଦାଗିରି ଆରମ୍ଭ କରିଦେଲାଣି । ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସେନାର ବଡ଼ ଅଫିସରଙ୍କଠୁ ନେଇ ବ୍ୟବସାୟୀଙ୍କ ଯାଏ ସମସ୍ତଙ୍କ ଉପରେ ନଜର ରଖୁଛି ଚୀନ । ଏହି ସମୟରେ ଭାରତ କେତେକ ଚୀନ କମ୍ପାନୀଗୁଡ଼ିକୁ ବ୍ୟାନ୍ କରିଛି । ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ନିଜର ଏକ ରିପୋର୍ଟରେ ଏହା କହିଛି । ଚାଇନା କମ୍ପାନୀ ଶେନଜେନ୍ ଭାରତରେ ପ୍ରାୟ ୧୦ ହଜାର ଲୋକଙ୍କ ଉପରେ ନଜର ରଖୁଛି । ଏହି କମ୍ପାନୀର ଚୀନ ସରକାର ଓ ଚୀନର କମ୍ୟୁନିଷ୍ଟ ପାର୍ଟି ସହ ସମ୍ବନ୍ଧ ଅଛି । ଝେନଝୁଆ ଡାଟା ଇନଫର୍‌ମେସନ ଟେକ୍ନୋଲୋଜି କମ୍ପାନୀ ତରଫରୁ ଦେଶର ବଡ଼ ନେତାଙ୍କ ଉପରେ ନଜର ରଖାଯାଉଛି । ସେମାନଙ୍କ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଗାନ୍ଧୀ ପରିବାର, ମମତା ବାନାର୍ଜୀ, ଉଦ୍ଧବ ଠାକ୍‌ରେ, ନବୀନ ପଟ୍ଟନାୟକଙ୍କ ପରି ବଡ଼ ନେତା, ରାଜନାଥ ସିଂହ-ପୀୟୁଷ ଗୋୟଲଙ୍କ ପରି କେନ୍ଦ୍ରମନ୍ତ୍ରୀ, ସିଡିଏସ ବିପିନ ରାୱତଙ୍କ ସମେତ ଅନେକ ବଡ଼ ନେତା ଅଛନ୍ତି । ଖବରକାଗଜ ଅନୁସାରେ ଚୀନ କମ୍ପାନୀ ଏହି ବଡ଼ ନେତାମାନଙ୍କ ଡିଜିଟାଲ ଲାଇଫ ଉପରେ ନଜର ରଖିଛନ୍ତି ।ଏହା ସହ ଏମାନଙ୍କ ସାଥୀ ଓ ପରିଜନ ମଧ୍ୟ କିଭଳି କାମ କରୁଛନ୍ତି, ତା’ ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି । ଏମାନଙ୍କର ରିଅଲ ଟାଇମ୍ ଡାଟା ମଧ୍ୟ ସଂଗ୍ରହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular