spot_img

ବିଜେପି ସଭାପତି ସମୀର ମହାନ୍ତି କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି। ଏଥିଲାଗି ତାଙ୍କୁ ଗତ ରାତିରେ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ସମୀର ମହାନ୍ତି ଗତ ଜାନୁଆରି ମାସରେ ଓଡ଼ିଶା ବିଜେପିର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସମୀର ମହାନ୍ତି ଦଳର ଉପାଧ୍ୟକ୍ଷ ଥିଲେ। ସମୀର ମହାନ୍ତି ମଧ୍ୟ ଦଳର ମୁଖପାତ୍ର ଥିଲେ। ସଂଗଠନ ମନ୍ତ୍ରୀ ତଥା ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାରଙ୍କ ଦ୍ୱାରା ଓଡ଼ିଶା ବିଜେପି ମୁଖ୍ୟ ଭାବରେ ସମୀର ମହାନ୍ତିଙ୍କ ନାମ ଘୋଷଣା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular