spot_img

ତାସ ଖେଳରୁ ସଂଘର୍ଷ , ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ

ବ୍ରହ୍ମପୁର : ତାସ ଖେଳରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ । ୮ ଆହତ, ୩ ଜଣ ଗୁରୁତର । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ରୁମାଗଡ ଗାଁର ଘଟଣା ।

ତାସ ଖେଳିବା ବେଳେ କୌଣସି କାରଣରୁ ବଚସା ହୋଇଥିଲା । ତେବେ ସେଠାରେ  ଥିବା ଲୋକେ ବୁଝାସୁଝା କରି ସମସ୍ୟାର ସମାଧାନ କରିଥିଲେ । ତେବେ ରାତିରେ ପୁଣି ନିବାସ ପାଳ ଏବଂ ମାଧବ ମଳିକଙ୍କ ପରିବାର ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା । ଉଭୟ ପରିବାରଲୋକ ଖଣ୍ଡା ଏବଂ କାତିରେ ପରସ୍ପରକୁ ଆକ୍ରମଣ କରିଥିଲେ ।

ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତ୍ବପୂର୍ଣ୍ଣ ରହିଛି । ସେମାନମଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular