ତାଳଚେର : ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଧାୟକ ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ସୁସ୍ଥ ଥିବା କହିଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ କରୋନା ଟେଷ୍ଟ କରାଇବା ସହ ଆଇସୋଲେସନରେ ରହିବା ପାଇଁ କହିଛନ୍ତି।
ଆଜି ଭୁବନେଶ୍ୱରରେ କରୋନା ଟେଷ୍ଟ କରାଇଥିଲେ। ସେଥିରେ ତାଙ୍କର ପଜିଟିଭ ଆସିଛି। ପରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଖବର ଜାଣିବା ପରେ ତାଙ୍କର ଶୁଭେଚ୍ଛୁ ଶୀଘ୍ର ଆସୁ ଆରୋଗ୍ୟ କାମନା କରିଛନ୍ତି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0