ନୂଆଦିଲ୍ଲୀ: ହରିବଂଶଙ୍କୁ ବିଜେଡିର ସମର୍ଥନ ମିଳିଛି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଛି । ଜେଡିୟୁ ପ୍ରାର୍ଥୀ ଭାବେ ହରିବଂଶ ନାରାୟଣ ସିଂହଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଯାଇଥିବା ବେଳେ ତାଙ୍କୁ ବିଜେଡି ତରଫରୁ ସମର୍ଥନ କରାଯାଇଛି । ସମର୍ଥନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନଙ୍କ ସହ ଫୋନରେ କଥା ହୋଇଥିଲେ । ଆଜି ପୁଣି ଥରେ ନବୀନଙ୍କ ସହ ଏ ବିଷୟରେ ସେ ଆଲୋଚନା କରିଛନ୍ତି । ସମର୍ଥନ ନେଇ ନବୀନଙ୍କୁ ଫୋନ କରି କଥା ହୋଇଥିଲେ ନୀତୀଶ । ଏନଡିଏ ପକ୍ଷରୁ ଜେଡିୟୁର ହରିବଂଶ ପ୍ରାର୍ଥୀ ହୋଇଥିବା ବେଳେ ୟୁପିଏ ପକ୍ଷରୁ ଆରଜେଡିର ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0