ସେପ୍ଟେମ୍ବର ୧୪କୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ । ୧୯୪୯ ମସିହା ଆଜିର ଦିନରେ ଭାରତର ବିଧାନସଭା ସରକାରୀ ଭାଷା ଭାବରେ ହିନ୍ଦୀକୁ ସୀକୃତି ପ୍ରଦାନ କରିଥିଲା ।ଇଂରାଜୀ ସ୍ପାନିସ ଏବଂ ମାଣ୍ତାରିନ ପରେ ହିନ୍ଦୀ ହେଉଛି ବିଶ୍ୱର ଚତୁର୍ଥ ସର୍ବାଧିକ ଭାଷା କୁହାଯାଏ । ପ୍ରତିବର୍ଷ ହିନ୍ଦୀ ଦିବସରେ ଭାରତର ରାଷ୍ଟ୍ରପତି ଦିଲ୍ଲୀର ଏକ ସମାରୋହରେ ଭାଷାର ଅବଦାନ କ୍ଷେତ୍ରରେ ଲୋକଙ୍କୁ ରାଜଭାଷା ପୁରସ୍କାର ପ୍ରଦାନ କରନ୍ତି । ହିନ୍ଦୀ ହେଉଛି ଏକ ଇଣ୍ତୋ ଆର୍ଯ୍ୟଭାଷା । ଯାହା ଦେବନଗରୀ ଲିପିରେ ସରକାରୀ ଭାଷା ପ୍ରଚାର ଓ ପ୍ରସାର ପାଇଁ ହିନ୍ଦୀ ଦିବସ ସର୍ମପିତ ।ଏହା ପାଳନ ହେବାର ମୁଖ୍ୟ କାରଣ ହେଉଛି ହିନ୍ଦୀକୁ ସରକାରୀ ଭାଷା ଭାବରେ ଅନୁମୋଦନ କରାଯାଇଥିଲା ଏହାପରେ ଏକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଓ ଏହା ୨୬ ଜାନୁୟାରୀ ୧୯୫୦ରେ ଭାରତୀୟ ସମ୍ବିଧାନର ଏକ ଅଂଶ ହୋଇଗଲା । ଏହାର ମହତ୍ତଜାଣିବା ପାଇଁ ଆମେ ପ୍ରତିବର୍ଷ ସେପ୍ଟେମ୍ବର ୧୪ରେ ହିନ୍ଦୀ ଦିବସକୁ ମନେପକାଇଥାଉ । ହିନ୍ଦୀ ହେଉଛି ସରକାରଙ୍କ ଦୁଇଟି ଭାଷା ମଧ୍ୟରୁ ଗୋଟିଏ ଯାହା ଦେବନଗରୀ ଲିପିରେ ଲେଖା ହୋଇଛି ଓ ଅନ୍ୟ ଭାଷାଟି ହେଉଛି ଇଂରାଜୀ । ଏହା ଭାରତ ଗଣତନ୍ତ୍ରର ୨୨ଟି ଭାଷା ମଧ୍ୟରୁ ଗୋଟିଏ । ୧୯୫୩ ମସିହାରେ ପ୍ରଥମ ହିନ୍ଦୀ ଦିବସ ପାଳନ କରାଯାଇଥିଲା । ବିଭିନ୍ନ ରାଜ୍ୟର ମନ୍ତ୍ରୀମାନେ ହିନ୍ଦୀକୁ ଦେଶ ପାଇଁ ଯୋଗାଯୋଗର ଭାଷା ଭାବରେ ଗ୍ରହଣ କରିବାକୁ ପରାର୍ମଶ ଦେଇଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0