ମାଲକାନଗିରି: ଆକାଶ ମାର୍ଗରୁ କଏଦ ହେଲା ମାଓବାଦୀ ଓ ଗ୍ରାମାବାସୀଙ୍କ ଗତିବିଧି । ଗ୍ରାମବାସୀମାନେ ମାଓବାଦୀଙ୍କ ସହ ମିଶି ରାସ୍ତା କାଟିବାକୁ ବାହାରି ପଡିଛନ୍ତି । ସୁରକ୍ଷା ବାହିନୀର ଡ୍ରୋନ୍ କ୍ୟାମେରାରେ ସେହି ସମୟର ଏହି ଦୃଶ୍ୟ କଏଦ ହୋଇଛି । ଏହା ହେଉଛି ମାଲକାନଗିରି ସୀମାବର୍ତ ଛତିଶଗଡ ସୁକୁମା ଜିଲ୍ଲାର ଦୃଶ୍ୟ ।
କିଷ୍ଟାରାମ ଥାନା ଅନ୍ତର୍ଗତ ପାଲୋଡି ଗାଁର ଗ୍ରାମବାସୀମାନେ ମାଓବାଦୀଙ୍କ ସହ ମିଶି ରାସ୍ତା କାଟୁଥିବା ସମୟରେ ଏହି ଚିତ୍ର ଉତୋଳନ କରାଯାଇଥିବା ସୁରକ୍ଷା କର୍ମୀମାନେ ଦାବି କରିଛନ୍ତି । ଏହି ଦୃଶ୍ୟ ସତ୍ୟ ହୋଇଥିଲେ ଲାଲଗଡରେ କେମିତି ଏବେ ବି ଲାଲବାହିନୀଙ୍କ ଇଶାରାରେ ଗ୍ରାମବାସୀମାନେ ପରିଚାଳିତ ହେଉଛନ୍ତି । ତାହା ଏହି ଚିତ୍ର ହିଁ ବୟାନ କରୁଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0