spot_img

ଲୋକାୟୁକ୍ତରେ ହାଜର ହେଲେ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ

ଭୁବନେଶ୍ୱର: ଲୋକାୟୁକ୍ତରେ ହାଜର ହେଲେ ଆଇଏଏସ ହେମନ୍ତ ଶର୍ମା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ସେ ହାଜିର ହୋଇଛନ୍ତି । ତକ୍ରାଳୀନ କ୍ରୟ କମିଟିର ମୁଖ୍ୟ ହେଉଛନ୍ତି ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା । ତାଙ୍କ ସହିତ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ମଧ୍ୟ ଲୋକାୟୁକ୍ତରେ ହାଜର ହୋଇଛନ୍ତି । ଅଗଷ୍ଟ ୭ ଶୁଣାଣିରେ ପକ୍ଷ ରଖିଥିଲେ ହେମନ୍ତ ଶର୍ମା । ସେପଟେ ଅନ୍ୟ ଅଧ୍ୟକ୍ଷ ମଧ୍ୟ ପକ୍ଷ ନ ରଖିବାରୁ ଅସନ୍ତୁଷ୍ଟ ହୋଇଥିଲେ ଲୋକାୟୁକ୍ତ । ସେପ୍ଟେମ୍ବର ୧୪ ରେ ସମସ୍ତ ପକ୍ଷଭୁକ୍ତଙ୍କୁ ଉତ୍ତର ରଖିବାକୁ କହିଥିଲେ ଲୋକାୟୁକ୍ତ । ଏନେଇ ରାଜ୍ୟ କଂଗ୍ରେସ ଓ ଓଡିଆ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ହୋଇଥିଲା । ପୁଣି ଥରେ କହିରଖୁଛୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମାସ୍କ ଓ ପିପିଇ କିଣା ଦୁର୍ନୀତି ଅଭିଯୋଗର ପକ୍ଷ ରଖିବାକୁ ହାଜର ହେଲେ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ । ଏନେଇ ରାଜ୍ୟ କଂଗ୍ରେସ ଓ ଓଡିଶା ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular