ବାଘିଆପଡ଼ା: ସେଲଫିକୁ ନେଇ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ କୌଣସି ପରିବତ୍ତନ ଦେଖିବାକୁ ମିଳୁନାହିଁ । ସେଲଫି ନେଇ ଅନେକ ସମୟରେ ମୃତ୍ୟୁମୁଖରେ ପଡ଼ୁଛନ୍ତି ଯୁବପିଢି । ନିକଟରେ ଏଭଳି ପୁଣି ଏକ ଘଟଣା ଘଟିଛିି ଯେଉଁଥିରେ ଜଣେ ଯୁବକ ସେଲଫି ନେଉଥିବା ସମୟରେ ପାଣିରେ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ତାମିଲନାଡ଼ୁର ଆର. ମୁକୁନ୍ଦମ ।
ସୂଚନାକ୍ରମେ, ମୁକୁନ୍ଦମ ଅନୁଗୁଳ ଜିଲ୍ଲା କୁମ୍ଭୀଆର ମେଗା ଲିଫ୍ଟ ପ୍ରୋଜେକ୍ଟରେ କାମ କରୁଥିଲେ । ସେ ନିଜର ୩ ସହଯୋଗୀଙ୍କ ସହ ବୌଦ୍ଧ ଜିଲ୍ଲାର ପାଲଝାର ଡ଼୍ୟାମରେ ସେଲଫି ନେଉଥିବା ବେଳେ ତାଙ୍କ ଅସାବଧାନତା ଯୋଗୁଁ ତାଙ୍କ ମୋବାଇଲ ତଳକୁ ଖସି ପଡ଼ିଥିଲା । ଯାହାଫଳରେ ମୁକୁନ୍ଦମ ମୋବାଇଲକୁ ଆଣିବା ପାଇଁ ହଠାତ ପାଣିକୁ ଡ଼େଇଁ ପଡ଼ିଥିଲେ । ଦୀର୍ଘ ସମୟ ଧରି ପାଣିରୁ ନ ବାହାରିବାରୁ ମୁକୁନ୍ଦମଙ୍କ ଦୁଇ ସହଯୋଗୀ ଅଗ୍ନିଶମ ଓ ଓଡ଼୍ରାଫବାହିନୀଙ୍କୁ ଖବର ଦେଇଥିଲେ । ବହୁ ଖୋଜା ଖୋଜି ପରେ ଦୀର୍ଘ ୧କିମି ଦୂରରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0