କଟକ: ପରଲୋକରେ ବିଶିଷ୍ଟ ଶିଶୁ ସାହିତ୍ୟକ ନଦୀୟା ବିହାରୀ ମହାନ୍ତି । କଟକର ଏକ ଘରୋଇ ହସ୍ପିଟାଲରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ପରଲୋକ ନେଇ ନଦୀୟା ବିହାରୀଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଲୋକପ୍ରିୟ ଆକାଶବାଣୀ କାର୍ଯ୍ୟକ୍ରମ ଶିଶୁ ସଂସାରର ‘ବଡଭାଇ’ ଭାବରେ ଖୁବ ପରିଚିତ ଥିଲେ ନଦୀୟା ବିହାରୀ । ୨୦୧୩ରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0