ଉମରକୋଟ: ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ଆର ଗାଁକୁ ଯାଇ ନିସ୍ତୁକ ମାଡ ଖାଇଲେ ପ୍ରେମିକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଳା ରାଇଘର ବ୍ଲକ ଯୋଡେଙ୍ଗା ପଞ୍ଚାୟତର ବୋରଗାଁ ଠାରେ । ସୂଚନା ମୁତାବକ, ରାଇଘର ବ୍ଲକ ଉଦୟପୁର ଆଦିବାସୀ ଗାଁର ସୁରେନ୍ଦ୍ର ନାମକ ଜଣେ ଯୁବକଙ୍କର ଯୋଡେଙ୍ଗା ପଞ୍ଚାୟତର ବୋରଗାଁରେ ଏକ ଝିଅ ସହ ପ୍ରେମ ସମ୍ପର୍କ ରହିଥିଲା । ସୁରେନ୍ଦ୍ର ସେ ଝିଅକୁ ଦେଖା କରିବାକୁ ଯିବା ସମୟରେ ଗାଁ ଲୋକଙ୍କ ହାବୁଡରେ ପଡିଯାଇଥିଲେ । ଗାଁ ଲୋକେ ତାଙ୍କୁ ପ୍ରଥମେ ବାଡିରେ ପିଟିଥିଲେ । ତା ପରେ ଜଙ୍ଗଲରେ ଗୋଡାଇ ଗୋଡାଇ ଠେଙ୍ଗାରେ ପିଟିଥିଲେ । ଗାଁ ରେ କଙ୍ଗାରୁ କୋର୍ଟ ବସାଯାଇଥିଲା । ଏଥିରେ ଯୁବକଙ୍କ ଉପରେ ୬୦ ହଜାର ଟଙ୍କାର ଜୋରିମାନା ପକାଇଥିଲେ । ଯୁବକ ଜଣଙ୍କ ୧୦ ହଜାର ଟଙ୍କା ଦେଇଥିଲେ । ଏହା ପରେ ଗାଁ ଲୋକେ ତାଙ୍କ ବାଇକକୁ ରଖିଥିଲେ । ବାକି ୫୦ ହଜାର ଟଙ୍କା ଦେଲେ ବାଇକ୍ ଦିଆଯିବ ବୋଲି କହିଥିଲେ । ଏ ନେଇ ଯୁବକ ଜଣଙ୍କ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0