ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରୁ ପୋଲିସ ବ୍ରାଉନ ସୁଗାର ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି । ଜିଲ୍ଲା ଏସ୍ପିଙ୍କ ନେତୃତ୍ୱରେ ଏକ ଟିମ୍ ଛତିଆ କମ୍ପାନୀ ବଜାରରେ ଚଢଉ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସୂଚନାନୁସାରେ, ଲଗାତାର ଭାବେ ଛତିଆ ଅଞ୍ଚଳରେ ବ୍ରାଉନ ସୁଗାର କାରବାର ବୃଦ୍ଧି ପାଉଥିବା ପୋଲିସ ଅଭିଯୋଗ ପାଉଥିଲା । କୌଣସି ସୂତ୍ରରୁ ଖବର ପାଇ ବୈରୀ ପୋଲିସ କମ୍ପାନୀ ବଜାର ଅଞ୍ଚଳରେ ଚଢାଉ କରିଥିଲା । ଚଢାଉ ବେଲେ ପୋଲିସ ୪ଜଣଙ୍କୁ ଗିରଫ କରିବା ସହ ୧୦ଟି ବ୍ରାଉନସୁଗାର ପ୍ୟାକେଟ୍ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ସୋଲର, ବାଲିଚନ୍ଦ୍ରପୁର ଓ ଛତିଆ ଅଞ୍ଛଳର ବୋଲି ଜଣାପଡିଛି ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0