ଗଞ୍ଜାମ: ମିଛ ପ୍ରତିଶ୍ରୁତିକୁ ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ । ଚାଷୀଙ୍କୁ ଆବଶ୍ୟକ ପରିମାଣର ସାର ମିଳିପାରୁନଥିବାରୁ ଦିଗପହଣ୍ଡି ଅଞ୍ଚଳର ରଘୁନନ୍ଦନ ଟ୍ରେଡ଼ର୍ସ ଓ ସେବା ସମବାୟ ସମିତି ସମ୍ମୁଖରେ ଶତାଧିକ ଚାଷୀ ଧାରଣାରେ ବସିଛନ୍ତି ।
ଖରିଫ ଫସଲ ଧାନ ଚାଷ ପାଇଁ ଚାଷୀମାନେ ଉପଯୁକ୍ତ ପରିମାଣର ସାର ପାଇ ପାରୁନାହାନ୍ତି । ଯାହାଫଳରେ ଦିଗପହଣ୍ଡି ଅଞ୍ଚଳର ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ।
ସୂଚନାକ୍ରମେ, ସ୍ଥାନୀୟ ପ୍ରଶାସନର ପ୍ରତିଶ୍ରୁତି ପରେ ବି ଚାଷୀମାନେ ଉପଯୁକ୍ତ ସାର ପାଇ ପାରୁନାହାଁନ୍ତି । ତେଣୁ ସାର ସମସ୍ୟାକୁ ନେଇ ଚାଷୀ ଦିିଗପହଣ୍ଡି ରାସ୍ତାକୁ ଅବରୋଧ କରିଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0