ନୂଆଦିଲ୍ଲୀ: ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଅଛି । ଏନେଇ ଦିଲ୍ଲୀ ବିଧାନସଭାର ସ୍ପିକର ରାମ ନିବାସ ଗୋଏଲ ସୂଚନା ଦେଇ କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନହେବାରୁ ସେ ଆଜି ବିଧାନସଭାର କାର୍ଯ୍ୟବାହୀରେ ଯୋଗ ଦେଇପାରିବେ ନାହିଁ । କିଛି ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମନୀଷ ସିସୋଦିଆଙ୍କୁ ଜ୍ୱର ହୋଇଛି । ଯେଉଁଥିପାଇଁ ସେ ବିଧାନସଭା ସତ୍ରରେ ଯୋଗ ଦେଇପାରିଲେ ନାହିଁ କିନ୍ତୁ ଦଳ ଓ ମନ୍ତ୍ରୀମଣ୍ଡଳ ତରଫରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ଉଲ୍ଲେଖଯୋଗ୍ୟ, କରୋନା ସଂକଟ ସମୟରେ ଦିଲ୍ଲୀ ବିଧାନସଭାର ଏକ ଦିବସୀୟ ସତ୍ର ଆୟୋଜନ କରାଯାଇଥିଲା । ଏକ ଦିବସୀୟ ସତ୍ର ଡ଼କାଯାଇଥିବାରୁ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ତାହା ସହିତ ପ୍ରଶ୍ନକାଳ ନ ହେବାରୁ ମଧ୍ୟ ଅନେକ ନିରାଶ ହୋଇଛନ୍ତି । ସତ୍ର ଆରମ୍ଭ ହେବା ପୁର୍ବରୁ ସମସ୍ତ ବିଧାୟକ ମାନଙ୍କ କରୋନା ଟେଷ୍ଟ କରାଯାଇଥିଲା । ଏହା ସହିତ କୋଭିଡ଼ ଗାଇଡ଼ ଲାଇନ ପାଳନ କରିବା ସହିତ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0