ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଆଉ ଆଜି ହିଁ ଦେଶର ୧୭ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏହି ସାଂସଦଙ୍କ ମଧ୍ୟରେ ବିଜେପି ସାଂସଦ ମୀନାକ୍ଷି ଲେଖି , ପ୍ରବେଶ ସାହିବ ସିଂହ ବର୍ମା, କର୍ଣ୍ଣାଟକର ବିଜେପି ସାଂସଦ ଅନନ୍ତ କୁମାର ହେଗଡେ ସାମିଲ ଅଛନ୍ତି । ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏହି ସାଂସଦଙ୍କ କରୋନା ପରୀକ୍ଷା କରାଯାଇଥିଲା । କରୋନା ସଂକ୍ରମଣ ପାଇଁ ଏଥର ସଂସଦରେ ବ୍ୟାପକ ସତର୍କତା ମଧ୍ୟ ଗ୍ରହଣ କରାଯାଇଛି । ସଂସଦ କାର୍ଯ୍ୟକାଳରେ କେବଳ ସେହି ବ୍ୟକ୍ତି ଭାଗ ନେବେ, ଯାହାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବ । କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଅନ୍ୟ ସାଂସଦଙ୍କ ମଧ୍ୟରେ ସୁଖବୀର ସିଂହ, ଡାକ୍ତର ସୁକାନ୍ତା ମଜୁମଦାର, ଜି.ମାଧବୀ, ପ୍ରତାପ ରାଓ ଯାଦବ, ଜନାର୍ଦ୍ଦନ ସିଂହ ସିଗ୍ରୀବାଲ, ବିଦ୍ୟୁତ ବରନ୍ ମହତୋ, ପ୍ରଦାନ ବରୁଆ, ଏନ ରେଡପ୍ପା, ହନୁମାନ ବେନିୱାଲ, ସେଲୱମ୍ ଜୀ, ପ୍ରତାପ ରାଓ ପାଟିଲ, ରାମଶଙ୍କର କଠେରିଆ, ସତ୍ୟପାଲ ସିଂହ, ରୋଡମଲ ନାଗର ସାମିଲ ଅଛନ୍ତି । ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ବିଜେପିର ଆଉ ଏକ ସାଂସଦଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0