spot_img

ବରିଷ୍ଠ କଂଗ୍ରେସ ନେତାଙ୍କ ମୁଣ୍ଡ ନେଲା କରୋନା

ରାୟଗଡ଼: ପରଲୋକରେ କଂଗ୍ରେସର ବରିଷ୍ଠ ନେତା ତଥା ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ଚନେଶ ରାମ ରାଥିୟା । ସୋମବାର ସକାଳେ ରାୟଗଡ଼ର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜଣେ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ରାଥିୟା କୋଭିଡ଼-୧୯ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚନେଶ ରାଥିୟା ଅନେକ ରୋଗରେ ପୀଡ଼ିତ ଥିଲେ । ପରେ ସେ କରୋନାରେ ଆକ୍ରାନ୍ତ ହୋଇ ଗତ ଶନିବାର ଦିନ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତୀ ହୋଇଥିଲେ । ସୋମବାର ଦିନ ୧ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ଡ଼ା ଏସଏନ କେଶରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଚନେଶ ରାଥିୟା ଉତ୍ତର ଛତିଶଗଡ଼ର ପ୍ରମୁଖ ଆଦିବାସୀ ନେତା ଥିଲେ । ସେ ଅବିଭାଜିତ ମଧ୍ୟ-ପ୍ରଦେଶର ଧର୍ମଜୟଗଡ଼ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ । ଏହାପରେ ସେ ସେହି ଆସନରୁ ୫ଥର ଜିତିଥିଲେ । ମଧ୍ୟପ୍ରଦେଶରେ ଦିଗବିଜୟ ସିଂହଙ୍କ ନେତୃତ୍ୱ କଂଗ୍ରେସ ସରକାରରେ ସେ ପଶୁପାଳନ ମନ୍ତ୍ରୀ ଥିଲେ । ତାହା ସହିତ ୨୦୦୦ ମସିହାରେ ଛତିଶଗଡ଼ ପୃଥକ ହେବା ପରେ ଅଜିତ ଯୋଗୀ ସରକାରରେ ୨୦୦୦-୦୩ ମଧ୍ୟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ମଧ୍ୟ ରହିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular