spot_img

ବାଲିପଡ଼ା ଅଞ୍ଚଳରୁ ଜବତ ହେଲା ବାଘ ଚମଡ଼ା

ବ୍ରହ୍ମପୁର: ବ୍ରହ୍ମପୁର ବାଲିପଡ଼ା ଅଞ୍ଚଳରୁ ବାଘ ଚମଡ଼ା ଜବତ । ଚମଡ଼ା ସହ ଗୋଟିଏ ମଟର ସାଇକେଲ ଜବତ କରିଛି ବନବିଭାଗ । ଏଥିରେ ସଂପୃକ୍ତଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ନେଇ ବ୍ରହ୍ମପୁର ଡ଼ିଏଫଓ ଅମ୍ଲାନ ନାଏକ ସୂଚନା ଦେଇଛନ୍ତି ।
ସୂଚନାକ୍ରମେ, ବିଶେଷ ସୂତ୍ରରୁ ବ୍ରହ୍ମପୁର ଅଞ୍ଚଳରେ ବାଘଚମଡ଼ା କାରବାର ଚାଲୁଥିବାର ଖବର ପାଇ ବନବିଭାଗ ଏକ ଟିମକୁ ନେଇ ବାଲିପଡ଼ା ଅଞ୍ଚଳରେ ଚଢାଉ କରିଥିଲା । ଏବଂ ସେଠାରୁ ବାଘ ଚମଡ଼ାକୁ ଜବତ କରିଥିଲା । ତେବେ ଏହା ପଛରେ ଆଉ କାହାର ହାତ ଅଛି ଓ କେଉଁଆଡ଼େ ଚାଲାଣ କରୁଥିଲେ ଏ ସବୁର ତଦନ୍ତ ଜାରି ରହିଛି । ତେବେ ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ବ୍ରହ୍ମପୁର ଡ଼ିଏଫଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular