spot_img

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ବୌଦ୍ଧ :  ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର  ଜାତୀୟ ରାଜପଥ ଚାରିଛକ ନିକଟରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବାଇକ ଆରୋହୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲା ନରସିଂହପୁର ନିକଟ ସାନ ଗାଆଁ ଗ୍ରାମର ଦୁଇଜଣ ବ୍ୟକ୍ତି ଗୋଟିଏ ବାଇକ ଯୋଗେ ବୌଦ୍ଧକୁ ଆସୁଥିଲେ ।  ଜାତୀୟ ରାଜପଥ ନମ୍ବର ୫୭ର ଚାରିଛକ ନିକଟରେ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଡାକ୍ତରଖାନାରେ  ଅଶ୍ୱିନୀ ପ୍ରସନ୍ନ ପ୍ରଧାନ (୨୭ ବର୍ଷ )ଙ୍କୁ  ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସତ୍ୟ ନାରାୟଣ ପ୍ରଧାନ (୨୫ ବର୍ଷ ) ଗୁରୁତର ଅଛନ୍ତି । ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular