ଟୋକିଓ: ସୋମବାର ଦିନ ଜାପାନରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଜାପାନର ଶାସକ ଦଳର ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ୟୋଶିହିଡ଼େ ସୁଗା । ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସ୍ଥାନରେ ସେ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ମିଳିଥିବା ସୂଚନା ମୁତାବକ, ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ସିଞ୍ଜୋ ଗତ ମାସରେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ‘ଲିବରାଲ ଡ଼େମୋକ୍ରାଟିକ ପାର୍ଟି’ ନିର୍ବାଚନରେ ସୁଗା ୩୭୭ ଖଣ୍ଡ ଭୋଟ ପାଇ ସିଞ୍ଜୋ ଆବେଗଙ୍କ ଉତ୍ତରାଧିକାରୀ ପାଇଁ ନିର୍ବାଚିତ ହୋଇଛନ୍ତି । ଏହା ସହିତ ଅନ୍ୟ ଦୁଇ ପ୍ରତିଦ୍ୱନ୍ଦୀ ମିଳିତ ଭାବରେ ୧୫୭ ଖଣ୍ଡ ଭୋଟ ପାଇଛନ୍ତି । ‘ସେ ଜଣେ ସଂସ୍କାରବାଦୀ ଏବଂ ଅମଲାତନ୍ତ୍ରର ଆଂଚଳିକ ପ୍ରତିବନ୍ଧକ ଭାଙ୍ଗି ସେ ଯୋଜନା ହାସଲ କରିବା ନିମନ୍ତେ କାର୍ଯ୍ୟ କରିଛନ୍ତି’ ବୋଲି ସୁଗା କହିଛନ୍ତି । ତାହା ସହିତ ଜାପାନରେ ବୈଦେଶିକ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ତାଙ୍କରି ଯୋଗୁ ହୋଇଥିଲା ବୋଲି ସେ କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0