spot_img

ବିବାହ କରି କାଠଡଙ୍ଗାରେ ଫେରିଲେ ନବଦମ୍ପତି

ବାଲିଗୁଡ଼ାବିବାହ ପାଇଁ ଉଛୁଳା ନଈରେ ଡଙ୍ଗାପାର । କରୋନା କଟକଣା ଭିତରେ କିଛି ହାତ ଗଣତି ସମ୍ପର୍କୀୟଙ୍କୁ ଧରି ଦେଶୀ ଡଙ୍ଗାରେ ଭରା ନଦୀ ପାର ହୋଇ ବିବାହ କରିବା ପରେ ନବ ଦମ୍ପତି ନିଜ ଘରକୁ ଫେରିଛନ୍ତି । ଡଙ୍ଗାରେ କୌଣସି ସୁରକ୍ଷା  ଉପକରଣ ନଥିବା ସହ କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରୁଥିବା ଦେଖାଯାଇଛି । ଖାଲି ସେତିକି ନୁହେଁ ଏହି ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବରଯାତ୍ରୀ ମଧ୍ୟ ଯାଇଥିଲେ ଡଙ୍ଗାରେ । ଆଉ ବିବାହ ସରିବାର ପରେ ନବଦମ୍ପତି ମଧ୍ୟ ଫେରିଛନ୍ତି ଡଙ୍ଗାରେ ।

COUPLE-BOAT1

ଏହି ଘଟଣା କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ସିର୍ତ୍ତିଗୁଡ଼ା ପଞ୍ଚାୟତର । ଝିଅ ଘରକୁ ଯିବା ପାଇଁ ରାସ୍ତା ନଥିବା ବେଳେ, ପ୍ରବଳ ପାଣି ଓ ସୁଅ ଥିବା କମାଙ୍ଗୀ ନଦୀ ପାର ହୋଇଯାଇଥିଲେ ବରଯାତ୍ରୀ । ସୂଚନା ଅନୁସାରେ ଦାରିଙ୍ଗବାଡ଼ି ବ୍ଲକ ସୁକାଲଦା ଗାଁର ଦିଗମ୍ବର ପ୍ରଧାନଙ୍କ ବାହାଘର ସିର୍ତ୍ତିଗୁଡା ପଞ୍ଚାୟତ କମଖଙ୍ଗିର ଭାନୁମତୀ ପ୍ରଧାନଙ୍କୁ ବିବାହ କରିଥିଲେ । ବିବାହ କରିବା ପରେ ପୁଣି ନବ ଦମ୍ପତି ସେହି ନଦୀ ପାର ହୋଇ ଘରକୁ ଫେରିଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular