ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ସ୍ନାତକ(ୟୁଜି)ପାଠ୍ୟକ୍ରମରେ ନାମଲେଖା ପାଇଁ ଅକ୍ଟୋବର ୧୧ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ କୃଷି, ବନ, କୃଷି ଯାନ୍ତ୍ରିକ, ପ୍ରାଣୀ ଚିକିତ୍ସା ପରି ୯ଟି ମହାବିଦ୍ୟାଳୟର ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ୩୩ ହଜାର ୩୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ରାଜ୍ୟର ୨୪ଟି ସହରରେ ପ୍ରାୟ ୯୦ଟି ପରୀକ୍ଷା କେନ୍ଦ୍ର କରିବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଯୋଜନା ହୋଇଛି। ମଙ୍ଗଳବାରଠାରୁ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ୱେବସାଇଟ ଲଗ୍ଇନ୍ କରି ଫର୍ମ ପୂରଣ କରିପାରିବେ। ସେପ୍ଟେମ୍ବର ୩୦ ସୁଦ୍ଧା ଫର୍ମ ଦାଖଲ କରିପାରିବେ। ସେହିପରି ପିଜି ପାଠ୍ୟକ୍ରମର ଆବେଦନ ମଧ୍ୟ ୩୦ ତାରିଖରେ ଶେଷ ହେବ।



Visitors Today : 1
Total Visitors : 130430
Total Views : 9891961
Visitors Online Now : 0