spot_img

ଦେଶର ୨୬ଟି ରାଜ୍ୟରେ ଏକ ଚତୁର୍ଥାଂଶ କମିଛି ଜିଏସଟି ରାଜସ୍ୱ

ନୂଆଦିଲ୍ଲୀ: ଦେଶର ୨୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବସ୍ତୁ ଏବଂ ସେବା କର (ଜିଏସଟି) ରାଜସ୍ୱରେ ଏକ ବର୍ଷ ପୂର୍ବ ତୁଳନାରେ ପ୍ରାୟ ୨୫ ପ୍ରତିଶତ କମ୍ ରାଜସ୍ୱ ଆସିଛି । ବିତ୍ତ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ଏହି ସୂଚନା ଦେଇଛନ୍ତି । କରୋନା ସଙ୍କଟ ସମୟରେ ୨୦୧୯-୨୦ ତୁଳନାରେ ଏହି ବର୍ଷ ପ୍ରଥମ ପାଞ୍ଚ ମାସରେ ଏହି ରାଜ୍ୟର ରାଜସ୍ୱ ପ୍ରାୟ ଏକ ଚତୁର୍ଥାଂଶ ହ୍ରାସ ହୋଇଛି । ମିଜୋରାମ ଓ ଗୋଆ ପରି ରାଜ୍ୟରେ ସବୁଠାରୁ ଅଧିକ କ୍ଷତି ହୋଇଛି । ଯଦି ପୂର୍ବ ବର୍ଷ ସହ ତୁଳନା କରାଯିବ , ତେବେ ଏହି ରାଜ୍ୟମାନଙ୍କ ରାଜସ୍ୱ ୪୩ ପ୍ରତିଶତ କମି ଯାଇଛି । ଝାରଖଣ୍ଡକୁ ଗତ ବର୍ଷ ୧୦,୦୯୧ କୋଟି ଟଙ୍କା ବଦଳରେ ଏହି ବର୍ଷ ୫୯୬୭ କୋଟି ଟଙ୍କା , ଉତ୍ତରାଖଣ୍ଡକୁ ଗତ ବର୍ଷର ୬୩୨୭ କୋଟି ଟଙ୍କା ବଦଳରେ ୩୭୬୦ କୋଟି ଟଙ୍କା ମିଳିଛି । ଏହିପରି ପ୍ରା ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜସ୍ୱ ଏପ୍ରିଲରୁ ଅଗଷ୍ଟ ୨୦୨୦ ଯାଏ ୩୦ରୁ ୩୮ପ୍ରତିଶତ ହ୍ରାସ ଘଟିଛି । ପ୍ରାୟ ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଜିଏସଟି ରାଜସ୍ୱରେ ଏହି ବିତ୍ତ ବର୍ଷର ପ୍ରଥମ ପାଞ୍ଚ ମାସରେ ପ୍ରାୟ ୨୯ ପ୍ରତିଶତ ହ୍ରାସ ଘଟିଛି । ସିକିମ୍ ଓ ତ୍ରିପୁରାର ରାଜସ୍ୱରେ କ୍ରମଶଃ୬.୭ ପ୍ରତିଶତ ଓ ୨.୧ ପ୍ରତିଶତ ହ୍ରାସ ଘଟିଛି । ନାଗାଲ୍ୟାଣ୍ଡର ରାଜସ୍ୱରେ ପ୍ରାୟ ୧୨ ପ୍ରତିଶତ ହ୍ରାସ ଘଟିଛି । ଜିଏସଟି କାଉନସିଲର ୪୧ ତମ ବୈଠକରେ ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ଦିଆଯାଇଛି । ୯୭,୦୦୦ କୋଟି ଟଙ୍କା ଋଣ ନେବେ କିମ୍ବା ୨.୩୫ ଲକ୍ଷ କୋଟି ଟଙ୍କା ଋଣ ନେବେ । ଏହାର ଅର୍ଥ କମ୍‌ସେ କମ୍ ସୁଧରେ ଋଣ ନେଇ ନିଜ କାମ କରିବାକୁ କୁହାଯାଇଛି । ୧୩ଟି ରାଜ୍ୟ ଏହି ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି । ଏହା ବ୍ୟତୀତ ଗୋଆ, ଆସାମ, ଅରୁଣାଚଳ ପ୍ରଦେଶ ନାଗାଲାଣ୍ଡ, ମିଜୋରାମ ଓ ହିମାଚଳ ପ୍ରଦେଶ ମଧ୍ୟ ଦିନେ ଦୁଇ ଦିନ ମଧ୍ୟରେ ନିଜ ମତ ଜଣାଇଦେବେ । ଜିଏସଟି ଆକ୍ଟ ଅନୁସାରେ କାଉନସିଲର ସୁପାରିଶରେ ରାଜ୍ୟର ହୋଇଥିବା କ୍ଷତି ଭରଣା କରାଯିବ । ଏହା ଜିଏସଟି ଲାଗୁ ହେବାର ପାଞ୍ଚ ବର୍ଷ ( ୨୦୨୨) ଯାଏ ଏହା ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular