ଜାମ୍ମୁ –କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ମଙ୍ଗଳବାର ପୁଲୱାମାର ମାରୱାଲ ଇଲାକାରେ ସଂଘର୍ଷ ଚାଲିଛି । କଶ୍ମୀର ଜୋନର ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ ପୁଲିସ ଓ ସୁରକ୍ଷାବଳ ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି । ଘାଟିରେ ଆତଙ୍କବାଦୀ ସୈନ୍ୟବଳଙ୍କ ଯାନ ଉଡାଇବାକୁ ପ୍ରଚେଷ୍ଟା କରିଥିଲେ । ଶ୍ରୀନଗର –ବାରମୂଳା ହାଇୱେରେ ଆତଙ୍କବାଦୀମାନେ ଆଇଇଡି ବିଛାଇଥିଲେ । ଏହାକୁ ସମୟ ପୂର୍ବରୁ ନିଷ୍କ୍ରିୟ କରି ଦିଆଯାଇଥିଲା । ଉତ୍ତର କାଶ୍ମୀର ଇଲାକାରେ ଆତଙ୍କବାଦୀମାନେ ଲଗାତାର ଆଇଇଡ଼ି ଜରିଆରେ ସୁରକ୍ଷାବଳ ସମୂହକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହା ପୂର୍ବରୁ ସେପ୍ଟେମ୍ବର ୧୧ରେ ବାରମୂଳା ଜିଲ୍ଲାର ରଫିୟାବାଦ ଇଲାକାର ଚତଲୁରାରେ ଚାରି କିଲୋର ଆଇଇଡି ଆତଙ୍କବାଦୀମାନେ ପ୍ଲାଣ୍ଟ କରିଥିଲେ । ତାହାକୁ ମଧ୍ୟ ନିଷ୍କ୍ରିୟ କରି ଦିଆଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0