ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୬ ଶହ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୫୦କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୬ଶହ ୪୫ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୪୯୪ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୫୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୫୭ ଜଣ, ପୁରୀରୁ ୨୪୬ ଜଣ, ରାୟଗଡ଼ାରୁ ୭୯ଜଣ, ଭଦ୍ରକରୁ ୧୪୩ ଜଣ, ମୟୂରଭଞ୍ଜରୁ ୧୩୭ ଜଣ, ସୁନ୍ଦରଗଡ଼ରୁ ୮୪ ଜଣ, ବରଗଡ଼ରୁ ୧୫୭ ଜଣ, କେନ୍ଦୁଝରରୁ ୫୬ ଜଣ, ଗଞ୍ଜାମରୁ ୪୬ ଜଣ, ନବରଙ୍ଗପୁରରୁ ୯୦ ଜଣ, କେରାପୁଟରୁ ୯୫ ଜଣ, ସମ୍ବଲପୁରରୁ ୧୨୭ ଜଣ, ନୟାଗଡ଼ରୁ ୩୮ ଜଣ, ସୁବର୍ଣ୍ଣପୁରରୁ ୯୯ ଜଣ, ଜଗତସିଂହପୁରରୁ ୯୫ ଜଣ, ଅନୁଗୁଳରୁ ୩୯ ଜଣ, କେନ୍ଦ୍ରାପଡ଼ାରୁ ୭୫ ଜଣ, ବୌଦ୍ଧରୁ ୩୦ ଜଣ, ବଲାଙ୍ଗିରରୁ ୩୯ ଜଣ, ନୂଆପଡ଼ାରୁ ୯୦ ଜଣ, ଝାରସୁଗୁଡ଼ାରୁ ୯୧ ଜଣ, କଳାହାଣ୍ଡିରୁ ୭୯ ଜଣ, କନ୍ଧମାଳରୁ ୯୫ ଜଣ, ଦେବଗଡ଼ରୁ ୧୫ ଜଣ, ଯାଜପୁରରୁ ୧୧୬ ଜଣ, ଢ଼େଙ୍କାନାଳରୁ ୬୮ ଜଣ, ଗଜପତିରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୩୩ ଜଣ ଓ ବାଲେଶ୍ୱରରୁ ୧୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0