ପୁରୀ ସ୍ୱର୍ଗଦ୍ୱାରରେ ରାତି ଦିନ ଶବଦାହ ଚାଲିଥାଏ । ଏଠାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶବ ଦାହ ପାଇଁ ଆସେ । ଦିନକୁ ହାରାହାରି ୫୦ରୁ ଅଧିକ ଶବସତ୍କାର ଏଠାରେ ହୋଇଥାଏ। ଏହି ପରିସ୍ଥିତି ଏବେ ସତ୍ୟନଗର ଶ୍ମଶାନରେ ସୃଷ୍ଟି ହୋଇଛି। କରୋନା ମହାମାରୀରେ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କମିଯାଇଛି। କିନ୍ତୁ ସତ୍ୟନଗର ଶ୍ମଶାନରେ ବଢ଼ିଛି। ଦିନକୁ ହାରହାରି ୪/୫ ଶବଦାହ ହେଉଥିବା ଏହି ଶ୍ମଶାନରେ ଏବେ ୨୦ରୁ ଅଧିକ ହେଉଛି। ଏଥିରୁ ୯୦%ରୁ ଅଧିକ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧ। ପୁରୀ ସ୍ୱର୍ଗଦ୍ୱାରରେ କେବଳ ପୁରୀ ଜିଲ୍ଲାବାସୀଙ୍କର ଶବ ସତ୍କାର ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିବାରୁ ସତ୍ୟନଗର ଶ୍ମଶାନରେ ଅଧିକ ଶବଦାହ ହେଉଛି। କରୋନାରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ଶବଦାହ ପାଇଁ ଏହି ଶ୍ମଶାନ ଏବେ ସାରା ରାଜ୍ୟରେ ପରିଚିତ ହୋଇଯାଇଛି। ସତ୍ୟନଗରରେ ଏପରିକି ଅଧିକାଂଶ ସମୟରେ ଦିନକୁ ୨୦ରୁ ୨୨ଜଣଙ୍କର ଶବ ସତ୍କାର ହେଉଥିବା ବେଳେ ରାତି ୨ଟା ପର୍ୟ୍ୟନ୍ତ ଗୋଟିଏ ପରେ ଗୋଟିଏ ଶବଦାହ ହେଉଛି। ଜୁଇ ନଲିଭୁଣୁ ଆଉ ଏକ ଶବ ଲଦି ଦାହ କରିବା ପରିସ୍ଥିତି ବେଳେବେଳେ ଉପୁଜୁଛି। ବିଦ୍ୟୁତ ଚୁଲା ଖରାପ ହୋଇଯାଇଥିବାରୁ ସବୁ ଶବ କାଠରେ ପୋଡ଼ାଯାଉଛି। କିନ୍ତୁ କୌଣସି ଶବକୁ ଯେପରି ଅସମ୍ମାନ ନହେବ ଏବଂ ଆବଶ୍ୟକୀୟ ବିଧି ଅନୁସାରେ ଦାହ ହେବ ସେନେଇ ବିଏମ୍ସି ପକ୍ଷରୁ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି।



Visitors Today : 1
Total Visitors : 130430
Total Views : 9891961
Visitors Online Now : 0