ଯାଜପୁର: ବନ୍ୟାରେ ଯାଜପୁର ଜିଲ୍ଲାରେ ସୃଷ୍ଟି ହୋଇଥିବା ଘାଇ ଘଟଣାକୁ କେନ୍ଦ୍ରକରି ହେଉଥିବା ଚର୍ଚ୍ଚା ଥମିବାର ନାଁ ନେଉନି । ଯାଜପୁର ଡ଼ିଭିଜନ ଅଧିନରେ ଥିବା ବୈତରଣୀ, ବୁଢାବଳଙ୍ଗ, କାଣୀ ନଦୀରେ ୫ଟି ଘାଇ ସୃଷ୍ଟି ହୋଇଛି । ଜାରକା ଡ଼ିଭିଜନ ଅଧୀନରେ ଥିବା ବ୍ରାହ୍ମଣୀ, ଖରସ୍ରୋତା ଓ କେଲୁଅ ନଦୀବନ୍ଧ ମରାମତି ହୋଇ ନ ଥିବାରୁ ଏକକାଳୀନ ୨୫ଟି ଘାଇ ସୃଷ୍ଟି ହୋଇଥିବା ବେଳେ ଡ଼ିନାମାଇଟ ଲଗାଇ କେଲୁଅ ନଦୀବନ୍ଧରେ ଘାଇ ସୃଷ୍ଟି କରି ହଜାର ହଜାର ଲୋକଙ୍କୁ ବିପଦ ମୁହଁରେ ଠେଲି ଦିଆଯାଇଛି ।
ସୂଚନାଅନୁସାରେ, ନିକଟରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା । ବୈତରଣୀ ଖରସ୍ରୋତା ତଥା ଏହାର ଶାଖା ନଦୀଗୁଡ଼ିକରେ ଏକକାଳୀନ ବନ୍ୟା ହୋଇଥିଲା । ଯାହାଫଳରେ ଜିଲ୍ଲାର ୧୦ଟି ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଏହି କ୍ଷୟକ୍ଷତି ପଛରେ ଘାଇ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଅନ୍ୟପଟେ ମନୁଷ୍ୟକୃତ ଘାଇ ସୃଷ୍ଟି କରିବା ଘଟଣାକୁ ସାଧାରଣ ଲୋକ ଗ୍ରହଣ କରି ପାରୁନାହାଁନ୍ତି । ଏହା ଯୋଗୁଁ ହଜାର ହଜାର ଲୋକଙ୍କୁ ବିପଦ ମୁହଁକୁ ଠେଲି ଦିଆଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋସ ଦେଖାଦେଇଛି । ଏହି ପରିସ୍ଥିତିରେ ବିରୋଧୀ ଦଳ ପକ୍ଷରୁ ସ୍ୱର ତୀବ୍ର ନହେବା ତାହା ବିସ୍ମୟ ସୃଷ୍ଟି କରିଛି । ଏହିଘଟଣାରେ ବିଜେପି ଓ କଂଗ୍ରେସ ଦଳ ଘଟଣାସ୍ଥଳ ପରିଦର୍ଶନ କରି ବେଶ ତମ୍ବିତୋଫାନ ହୋଇଥିଲେ । ଏପରିକି ଦଶରଥପୁରରେ ଘାଇ କାଟୁଥିବାର ଭିଡ଼ିଓ ଓ ଫୋଟ ଭାଇରାଲ ଘଟଣାକୁ ଦୁଇ ବିରେଧୀ ଦଳ ଅସ୍ତ୍ର କରିଥିଲେ । ମାତ୍ର ଏବେ ଚୁପ ହୋଇ ବସିଛନ୍ତି ।
ଅନ୍ୟପକ୍ଷରେ ଜିଲ୍ଲାରେ ବିରୋଧୀ ଦଳ କାର୍ଯ୍ୟ କରୁନଥିବାର ବିଜେଡ଼ି ମତାମତ ଦେଇଛି । ବିଜେଡିÿ ଜିଲ୍ଲା ସଭାପତି ସରୋଜ ମହାପାତ୍ରଙ୍କ କହିବାନୁଯାୟୀ, ‘ଜିଲ୍ଲାରେ ବିରୋଧୀ ଦଳ ନାହିଁ । ଶାସକ ଦଳରେ ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ଶାସକ ଓ ବିରୋଧୀ ଦଳ ଭୂମିକା ଗ୍ରହଣ କରୁଛନ୍ତି’ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0