କଟକ: ଆଗକୁ ଦୁର୍ଗାପୂଜା , କାଳୀପୂଜା ଓ ଲକ୍ଷ୍ମୀପୂଜା ଆଦି ଆସୁଥିବା ବେଳେ କରୋନାକୁ ଦୃଷ୍ଟିରେ ରଖି ସରକାର କିଛିଦିନ ତଳେ ଗାଇଡଲାଇନ୍ ଜାରି କରିଥିଲେ । ମଣ୍ଡପରେ ପୂଜାପାଇଁ ବିଭିନ୍ନ ଗାଇଡଳାଇନ୍ ଜାରି କରାଯାଇଛି । ସେଥିରେ ଦୁଇଟି କଟକଣା ଭିତରେ ଥିବା ମୂର୍ତ୍ତିଗୁଡିକର ଉଚ୍ଚତା ୪ ଫୁଟରୁ କମ୍ ରହିବ । ସେହିପରି ମଣ୍ଡପର ତିନି ପାଶ୍ୱରୁ ସମ୍ପୁର୍ଣ୍ଣ ବନ୍ଦ ରହିବ । ଏହାକୁ ବିରୋଧ କରି କଟକରୁ ବାଲୁ ବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କଂଗ୍ରେସ ନେତା ତଥା କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମ୍ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଛୋଟ ମୂର୍ତ୍ତି ଓ ପରଦାଟାଣି ପୂଜା କରିବା ନେଇ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି , ତାକୁ ପ୍ରତ୍ୟାହାର କରି ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି । ଚିଠିରେ ଲେଖିଛନ୍ତି ଯେ, କଟକ ସହରର ଦୁର୍ଗାପୂଜା ୫୦୦ଶହ ବର୍ଷର ପୁରୁଣା ସଂସ୍କୃତି ଓ ପରମ୍ପରା । ତେଣୁ ଏଭଳି ଏକ ସର୍ବସାଧାରଣଙ୍କ ପାର୍ବଣରେ ଛୋଟ ମୂର୍ତ୍ତି ନିର୍ମାଣ ଓ ପରଦାଟାଣି ପୂଜା ଭଳି ନିଷ୍ପତ୍ତି ଠିକ୍ ନୁହେଁ । ଏହାସହ କୋଭିଡ କଟକଣା ସହ ପାରମ୍ପରିକ ରୀତିରେ ପୂଜା ପାଇଁ ଅନୁମତି ଦେବାକୁ ମୋକିମ ତାଙ୍କ ଚିଠିରେ ଦାବି କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0