spot_img

କଟକରେ ବଢ଼ାଗଲା ସଟଡାଉନ ଅବଧି, ୧୦ ତାରିଖ ଯାଏ କଟକଣା ବଳବତ୍ତର

କଟକ ୦୮।୦୭: କଟକରେ ବଢିଲାସଟଡାଉନ । ସଟଡାଉନ ଅବଧିକୁ ୨ ଦିନ ବୃଦ୍ଧି କରାଯାଇଛି। ୧୦ ତାରିଖ ମଧ୍ୟରାତ୍ର ପର୍ୟ୍ୟନ୍ତ ସଟ୍ ଡାଉନ କଟକଣା ବଳବତ୍ତର ରହିବ ବୋଲି ସିଏମସି ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଶନିବାର, ରବିବାର ଜାରି ରହିବ କଟକଣା। ଏହି ସଟଡାଉନ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯାଥା ମେଡିସିନ୍, ଗ୍ରୋସରୀ, ହାଇଜେନିକ୍ ସାମଗ୍ରୀ, ମାଛ, ମାସଂ, କ୍ଷୀର ସକାଳ ୫ ଟାରୁ ସଂଧ୍ୟା ୬ ଟା ପର୍ୟ୍ୟନ୍ତ ମିଳିପାରିବ । ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ପୋଷ୍ଟ ଅଫିସ, ଗୁଡିକରେ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବା ପାଇଁ ନିର୍ଦେଶ ରହିଛି ।ସଟଡାଉନ ବେଳେ ପେଟ୍ରୋଲ ପମ୍ପ, ଗ୍ୟାସ ଏଜେନ୍ସି, ଟେଲିକମ୍ ସର୍ଭିସ ଚାଲୁ ରହିବ। ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ତ ସରକାରୀ କାର୍ୟ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ । କଟକ ସହରରେ ଥିବା ଏସସିବି, ଆଚାର୍ୟ୍ୟ ହରିହର କର୍କଟ କେନ୍ଦ୍ର ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ଭବନରୁ କରୋନା ସଂକ୍ରମିତ ଚିହ୍ନଟ ହେବା ଓ ମୁନିସିପାଲଟି ଅଂଚଳର ଏକାଧିକ ସ୍ଥାନରୁ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥିତି ଅନୁଧ୍ୟାନ କରାଯାଇ ସଟ ଡାଉନ ଅବଧିକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଏହାପୂର୍ବରୁ ଗତ ୪ରେ ଜୁଲାଇ ୮ ମଧ୍ୟରାତ୍ରି ପର୍ୟ୍ୟନ୍ତ ସଟ୍ଡାଉନ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । କିନ୍ତୁ ଏହାପରେ ଗତକାଲି ସଟ୍ଡାଉନ୍ ଅବଧିକୁ ଆଉ ୨ଦିନ ବୃଦ୍ଧି କରାଯାଇଛି । ଏହି ସଟ୍ଡାଉନ୍ ସମୟରେ ସମ୍ପୂର୍ଣ୍ଣ କଟକ ମହାନଗର ଅଞ୍ଚଳକୁ ସାନିଟାଇଜ କରାଯିବ । ଆଜି ଠାରୁ ଆରମ୍ଭ ହେଵ ଵିଶୋଧନ ପ୍ରକ୍ରିୟା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular