ନୂଆଦିଲ୍ଲୀ : ଦୀର୍ଘଦିନର ବ୍ୟବଧାନରେ ଖେଳାଯିବ କ୍ରିକେଟ ମ୍ୟାଚ୍ । ଆଜିଠୁ ସାଉଥମ୍ପଟନରେ ଖେଳାଯିବ ଇଂଲଣ୍ଡ- ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ର ପ୍ରଥମ ମ୍ୟାଚ୍। କରୋନା କାଳରେ ସବୁ କ୍ଷେତ୍ର ଭଳି କ୍ରିକେଟ୍ ମଇଦାନ ବି ଖାଲି ପଡ଼ିଥିଲା । କ୍ରିକେଟ୍ ଷ୍ଟାର୍ମାନେ କେବଳ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିଲେ । ତେବେ କିଛି ପରିବର୍ତ୍ତିତ ନିୟମ ଭିତରେ ଏହି ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । କରୋନା କଟକଣା ପାଇଁ କୌଣସି ଦର୍ଶକଙ୍କୁ ଷ୍ଟାଡିୟମକୁ ଆସିବାକୁ ଅନୁମତି ଦିଆଯାଇନି।
ଟେଲିଭିଜନରେ ମ୍ୟାଚର ମଜା ନେଇପାରିବେ ଦର୍ଶକ। ଏବେ କେବଳ ସେହି ମୁହୂର୍ତ୍ତକୁ ଅପେକ୍ଷା ଟସ୍ କେତେ ବେଳେ ପଡିବ ମ୍ୟାଚ କେତେବେଳେ ଆରମ୍ଭ ହେବ। କେତେଗୁଡିଏ କଟକଣା ଭିତରେ ଏହି ମ୍ୟାଚ ଖେଳାଯାଉଥିବାରୁ ସମସ୍ତଙ୍କ ନଜର ଆଜିର ମ୍ୟାଚ ଉପରେ ରହିଛି। ଆଇସିସି ନୂଆ ଗାଇଡଲାଇନ ଯୋଗୁ ବଲରେ ଖେଳାଳି ଲାଳ ପ୍ରୟୋଗ କରିପାରିବେନି। ନୂଆ ନିୟମ ଅନୁଯାୟୀ ପଡିଆରେ ଯଦି କୌଣସି ଖେଳାଳିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡେ , ତେବେ ତାଙ୍କ ସ୍ଥାନରେ ନୂତନ ଖେଳାଳି ପଡିଆକୁ ଆଣିବାକୁ ଅନୁମତି ରହିଛି ।
କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଗତ ୪ ମାସ ହେଲା ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତିଯୋଗିତା ପୂରାପୂରି ବନ୍ଦ ହୋଇଯାଇଥିଲା ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0