spot_img

କରୋନା ଟୀକା ଉତ୍ପାଦନ କ୍ଷେତ୍ରରେ ଆଗରେ ରହିଛି ଭାରତ: ବିଲ ଗେଟ୍ସ

ନୂଆଦିଲ୍ଲୀ: ସାରା ବିଶ୍ୱରେ ବର୍ତ୍ତମାନ ମହାମାରୀ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହି ମହାମାରୀର ଅନ୍ତ କେବେ, କେବେ ବାହାରିବ ଏହାର ଟୀକା, ତାହା ଉପରେ ରହିଛି ସାରା ବିଶ୍ୱର ନଜର । କୋଭିଡ଼ ଟୀକା ଉତ୍ପାଦନ ପାଇଁ ସମସ୍ତ ରାଷ୍ଟ୍ର ପ୍ରୟାସ ଚଳାଇଛନ୍ତି । ତେବେ ଭାରତରେ କୋଭିଡ଼-୧୯ ଟୀକା ଉତ୍ପାଦନର ଅଗ୍ରଗତିକୁ ଲକ୍ଷ୍ୟ କରି ମାଇକ୍ରୋସଫ୍ଟ କମ୍ପାନୀର ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ ଗେଟ୍ସ କହିଛନ୍ତି, ବିଶ୍ୱକୁ କରୋନା ଟୀକା ଉତ୍ପାଦନ ପାଇଁ ଭାରତର ସହଯୋଗ ନିହାତି ଆବଶ୍ୟକ । ଯେହେତୁ ଭାରତ ବିଶ୍ୱର ଟୀକା ଉତ୍ପାଦନକାରୀ ଦେଶ ମଧ୍ୟରେ ଅନ୍ୟତମ, ତେଣୁ ବିଶ୍ୱକୁ କରୋନା ଟୀକା ପ୍ରସ୍ତୁତ କରିବାରେ ଭାରତର ସହଯୋଗ ଅତ୍ୟନ୍ତ ଆବଶ୍ୟକ । ‘ଭାରତ ଏକ ଅଗ୍ରଣୀ ଟୀକା ଉତ୍ପାଦନକାରୀ ରାଷ୍ଟ୍ର । ତେଣୁ ଆମକୁ ଟୀକା ଉତ୍ପାଦନ କରିବାକୁ ହେଲେ ଭାରତର ସହଯୋଗ ନିହାତି ଆବଶ୍ୟକ’ ବୋଲି ବିଲ ଗେଟ୍ସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତାହା ସହିତ ଏହା ମଧ୍ୟ କହିଛନ୍ତି, ଆଗାମୀ ବର୍ଷ ସୁଦ୍ଧା କୋଭିଡ଼ ଟୀକା ଉପଲବ୍ଧ ହୋଇଯିବ । ତେଣୁ ଆମେ ସମସ୍ତେ ଚାହୁଁଛୁ ଭାରତ ପ୍ରଥମେ ଏହି କରୋନା ଟୀକା ବାହାର କରୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular