spot_img

ପିଓକେକୁ ପାକିସ୍ତାନ କହି ଟ୍ରୋଲ ହେଲେ ଅର୍ଶୀ ଖାନ

ମୁମ୍ବାଇ: କଙ୍ଗନା ରାନାୟତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ସାରାଦେଶରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରି ବିବାଦରେ ଛନ୍ଦି ହୋଇଥିବା ବେଳେ ବିଗବସ ୧୧ର ପ୍ରତିଯୋଗୀ ଅର୍ଶୀ ଖାନ କଙ୍ଗନାଙ୍କ ବିବାଦରେ ମତ ରଖି ବିବାଦରେ ପଡ଼ିଛନ୍ତି ।
ସୂଚନାକ୍ରମେ, ଅର୍ଶୀ ଖାନ ଏକ ଟିଭି ଡ଼ିବେଟ ସୋ’ରେ ପିଓକେକୁ ବାରମ୍ବାର ପାକିସ୍ଥାନ କହୁଥିଲେ । ବିଜେପି ନେତା ସମ୍ବିତ ପାତ୍ର ଏହାକୁ ବିରୋଧ କରିବା ସହ ପିଓକେର ପୂରା ନାମ ପଚାରିଥିଲେ ଏବଂ ଅର୍ଶୀ ଏହାର ଉତ୍ତର ଦେଇପାରିନଥିଲେ । ଇତି ମଧ୍ୟରେ ଦୁଇ ଜଣଙ୍କ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଏହାପରେ ଅର୍ଶୀ ସୋସିଆଲ ମିଡ଼ିଆରେ ଟ୍ରୋଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular