ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ରହିଥିବା କଲ୍ୟାଣ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଲ୍ୟାଣ ସିଂହଙ୍କ ପୁଅ ତଥା ଉତ୍ତର ପ୍ରଦେଶର ଚିକିତ୍ସା ଓ କୌଶଳ ବିକାଶ ରାଜ୍ୟ ମନ୍ତ୍ରୀ ସନ୍ଦୀପ ସିଂହ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ସେ କହିଛନ୍ତି, ‘ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ଓ ବରିଷ୍ଠ ନେତା ଏବଂ ଆମର ମାର୍ଗଦର୍ଶକ ବାପା କଲ୍ୟାଣ ସିଂହ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରଭୁ ଶ୍ରୀ ରାମଚନ୍ଦ୍ର ଆପଣଙ୍କ ସ୍ୱାସ୍ଥ୍ୟ ଖୁବଶୀଘ୍ର ଠିକ କରିଦିଅନ୍ତୁ । ଆମ ସମସ୍ତଙ୍କର ଶୁଭକାମନା ତୁମ ସହିତ ଅଛି ।’ କଲ୍ୟାଣ ସିଂହଙ୍କୁ ୮୮ ବର୍ଷ ବୟସରେ ଲକ୍ଷ୍ନୌ ସ୍ଥିତ ଏସଜିପିଆଇରେ ଭର୍ତ୍ତୀ କରାଯାଇଥିଲା । ଏସଜିପିଆଇର ନିଦେ୍ର୍ଦଶକ ଆର.କେ.ଧୀମାନ ଙ୍କ କହିବାନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ କରୋନା ସଂକ୍ରମିତ ହେବା ପରେ ସନ୍ଧ୍ୟା ୬ଟାରେ ଡ଼ାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ସିଂହଙ୍କୁ ୨ ଦିନ ପୂର୍ବରୁ ଜ୍ୱର ହୋଇଥିଲା ତାହା ସହିତ ଶ୍ୱାସକ୍ରିୟାରେ ମଧ୍ୟ ସମସ୍ୟା ହେଉଥିଲା । ସେ ବର୍ତ୍ତମାନ ଆଇସିୟୁରେ ରହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0