ଝାରସୁଗୁଡ଼ା: ଏମସିଏଲ କୋଇଲା ଖଣି ପାଇଁ ଜମି ହରାଇଥିବା ଗୋଟିଏ ପରିବାରର ୮ଜଣ ସଦସ୍ୟ ଆମରଣ ଅନଶନରେ ବସିଛନ୍ତି ।
ସୂଚନାଅନୁଯୀ, ୧୯୮୪ ମସିହାରୁ ଡ଼ୋଳାମଣି ସିଂହଦେଓ ଏମସିଏଲ କୋଇଲା ଖଣି ପାଇଁ ନିଜର ୩୦ ଏକର ଜମିକୁ ଦେଇଥିଲେ । ସେତେବେଳେ ତାଙ୍କ ପରିବାରକୁ ୭୬ହଜାର ଟଙ୍କା କ୍ଷତି ପୂରଣ ବାବଦରେ ମିିଳିଥିଲା । କିନ୍ତୁ ପରିବାରକୁ ପୁନର୍ବାସ ନିୟମ ଅନୁସାରେ ଥଇଥାନ କରାଯାଇ ନଥିଲା ଏବଂ ସେମାନଙ୍କ ପରିବାରର କୌଣସି ସଦସ୍ୟକୁ ଚାକିରୀ ମିଳିନାହିଁ । ଫଳରେ ଅଭାବ ଅନଟନ ଅବସ୍ଥାରେ ଗତି କରୁଥିବା ଡ଼ୋଳମଣିଙ୍କ ପରିବାର ବହୁ ଅସୁବିଧାର ସମ୍ମୁଖିନ ହେଉଛି । ପରିବାରର ସଦସ୍ୟ ଅନ୍ୟକିଛି ଉପାୟ ନପାଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଜଣେ ବୃଦ୍ଧା ଓ ଦୁଇ ଜଣ ନାବାଳକ ଓ ନାବାଳିକାଙ୍କ ସହ ମୋଟ ୮ ଜଣ ସଦସ୍ୟ ଆମରଣ ଅନଶନରେ ବସିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0