spot_img

ଦେଶର ପାଞ୍ଚ ମହଙ୍ଗା ରାଜ୍ୟ ମଧ୍ୟରେ ସାମିଲ ହେଲା ଉତ୍ତରାଖଣ୍ଡ

ଗତ ଏକ ବର୍ଷ ମଧ୍ୟରେ ଉତ୍ତରାଖଣ୍ଡ ଦେଶର ପାଞ୍ଚଟି ମହଙ୍ଗା ରାଜ୍ୟରେ ସାମିଲ ହୋଇଛି । କେନ୍ଦ୍ରୀୟ ସାଂଖ୍ୟିକ ମନ୍ତ୍ରାଳୟ ପକ୍ଷରୁ ଜାରି ଉପଭୋକ୍ତା ମୂଲ୍ୟ ସୂଚକାଙ୍କରୁ ଏହି ଚିତ୍ର ସାମ୍ନାକୁ ଆସିଛି । ଉତ୍ତରାଖଣ୍ଡରେ ମୂଲ୍ୟବୃଦ୍ଧିକୁ ଋତୁ ସହ ଯୋଡ଼ାଯାଇ ଦେଖାଯାଉଛି । ବର୍ଷା ସମୟରେ ଉପଭୋକ୍ତା ବସ୍ତୁର ଦାମ ବଢ଼ିଥାଏ । କେନ୍ଦ୍ରୀୟ ସାଂଖ୍ୟିକ ମନ୍ତ୍ରାଳୟ ପକ୍ଷରୁ ସେପ୍ଟେମ୍ବର ୧୪ରେ ଜାରି ରିପୋର୍ଟ ଅନୁସାରେ ଉତ୍ତରାଖଣ୍ଡରେ ଗତ ବର୍ଷ ଅଗଷ୍ଟ ମାସ ତୁଳନାରେ ଏହି ବର୍ଷ ଅଗଷ୍ଟ ମାସରେ ମୂଲ୍ୟବୃଦ୍ଧି ୭.୯୩ ପ୍ରତିଶତ ବଢ଼ିଛି । ମୂଲ୍ୟବୃଦ୍ଧି ମାମଲାରେ ଉତ୍ତରାଖଣ୍ଡ ଦେଶର ପାଞ୍ଚ ଶୀର୍ଷ ରାଜ୍ୟମାନଙ୍କ ମଧ୍ୟରେ ସାମିଲ ଅଛି । ଅନ୍ୟପଟେ ଏହାର ପଡ଼ୋଶୀ ରାଜ୍ୟ ହିମାଚଳ ପ୍ରଦେଶ ମୂଲ୍ୟବୃଦ୍ଧିରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular