spot_img

ବ୍ରହ୍ମପୁର  MKCG  ମେଡିକାଲର OPD ବନ୍ଦ, ଗୁରୁତର ରୋଗୀଙ୍କୁ କ୍ୟାମ୍ପସ ଭିତରକୁ ଯିବାକୁ ଅନୁମତି

ବନ୍ଦ ହେଲା ବ୍ରହ୍ମପୁର ଏମକେସିଜି ଡାକ୍ତରଖାନା ଓପିଡି । ଏବେ କେବଳ ଜରୁରୀ କାଳୀନ ରୋଗୀଙ୍କୁ ମିଳିବ ଚିକିତ୍ସା ସୁବିଧା । ରୋଗୀଙ୍କ ନିକଟରେ ରହିବେ କେବଳ ଜଣେ ମାତ୍ର ଲୋକ । ଏମକେସିଜି ଡାକ୍ତରଖାନାକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ରହିବ କଡା ନଜର । କେବଳ ଗୋଟିଏ ଗେଟ୍ ଖୋଲାଯିବ । ସେହି ଗେଟ୍ ଦେଇ ସମସ୍ତେ ପ୍ରବେଶ ଓ ପ୍ରସ୍ଥାନ କରିବେ । ପୁରା ବ୍ୟବସ୍ଥାର ତଦାରଖ କରିବେ ଏମକେସିଜି ସୁପରିଟେଣ୍ଡେଂଟ୍ । ଗଂଜାମ ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣର ଭୟାବହତାକୁ ନଜରରେ ରଖି ଏପରି ପଦ କ୍ଷେପ ନିଆଯାଇଥିବା କୁହାଯାଇଛି । ଯଦି କେହି ନିୟମ ଉଲଂଘ୍ନ କରନ୍ତି ତେବେ ସ୍ବାସ୍ଥ୍ୟ ବିକାଶ ସମିତି ଏକାଉଣ୍ଟେଣ୍ଟରେ ଜରିମାନା ଦେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ମାସ୍କ୍ ପରିଧାନ କରିବା ବାଧ୍ୟତା ମୂଳକ ରହିବ ।
ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ଆରମ୍ଭ ହୋଇଛି ଡୋର ଟୁ ଡୋର ସ୍କ୍ରିନିଂ । ୨୦୦ ଟି ଟିମ୍ ଜରିଆରେ ସହରରେ ହେବ ସ୍ୱାସ୍ଥ୍ୟ ଯାଂଚ । ୯ରୁ ୧୩ ତାରିଖ ଯାଏଁ ଗଂଜାମ ଜିଲ୍ଲାରେ ସବୁ ସହର ସଟଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular