ଭୁବନେଶ୍ବର : ଗତକାଲି ଆରଟିଓ-୧ ଅଫିସ୍ରୁ ୪ଜଣ କରୋନା ରୋଗୀ ବାହାରିବା ପରେ ରାଜଧାନୀ ଭୁବନେଶ୍ବରର ଆଚାର୍ୟ୍ୟ ବିହାର ଛକ ନିକଟସ୍ଥ ଆରଟିଓ-୧ ଅଫିସକୁ ସିଲ କରିଥିଲା ଭୁବନେଶ୍ବର ମହାନଗର ନିଗମ(ବିଏମସି) । ତେବେ ଜଣେ ଆରଟିଓ-୧ ଅଫିସର କର୍ମଚାରୀଙ୍କ ସଂସ୍ପର୍ଶରେ ଜଣେ ଆରଟିଓ-୨ର କର୍ମଚାରୀ ଆସିଥିବା ସୂଚନା ମିଳିବା ପରେ ଆଜି ସଂକ୍ରମଣ ସନ୍ଦେହରେ ଚନ୍ଦ୍ରଶେଖରପୁରସ୍ଥିତ ଆରଟିଓ-୨ ଅଫିସକୁ ବନ୍ଦ ରଖାଯାଇଛି । ଆସନ୍ତା ସୋମବାର ପର୍ୟ୍ୟନ୍ତ ଆରଟିଓ-୨ ଅଫିସ ବନ୍ଦ ରହିବ ବୋଲି ଜଣା ପଡ଼ିଛି । ଏହା ସହ ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0