ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୪ ହଜାର ୨ ଶହ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୪ ହଜାର ୨ଶହ ୭୦ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୭୯୨ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୮୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୭୪ ଜଣ, ପୁରୀରୁ ୨୮୭ ଜଣ, ରାୟଗଡ଼ାରୁ ୮୦ଜଣ, ଭଦ୍ରକରୁ ୫୫ ଜଣ, ମୟୂରଭଞ୍ଜରୁ ୧୩୧ ଜଣ, ସୁନ୍ଦରଗଡ଼ରୁ ୩୮ ଜଣ, ବରଗଡ଼ରୁ ୧୮୩ ଜଣ, କେନ୍ଦୁଝରରୁ ୮୭ ଜଣ, ଗଞ୍ଜାମରୁ ୬୮ ଜଣ, ନବରଙ୍ଗପୁରରୁ ୮୬ ଜଣ, କେରାପୁଟରୁ ୮୩ ଜଣ, ସମ୍ବଲପୁରରୁ ୧୧୪ ଜଣ, ନୟାଗଡ଼ରୁ ୪୭ ଜଣ, ସୁବର୍ଣ୍ଣପୁରରୁ ୭୪ ଜଣ, ଜଗତସିଂହପୁରରୁ ୧୮୮ ଜଣ, ଅନୁଗୁଳରୁ ୧୪୭ ଜଣ, କେନ୍ଦ୍ରାପଡ଼ାରୁ ୯୯ ଜଣ, ବୌଦ୍ଧରୁ ୨୨ ଜଣ, ବଲାଙ୍ଗିରରୁ ୯୭ ଜଣ, ନୂଆପଡ଼ାରୁ ୧୧୯ ଜଣ, ଝାରସୁଗୁଡ଼ାରୁ ୧୨୧ ଜଣ, କଳାହାଣ୍ଡିରୁ ୪୪ ଜଣ, କନ୍ଧମାଳରୁ ୭୩ ଜଣ, ଦେବଗଡ଼ରୁ ୧୮ ଜଣ, ଯାଜପୁରରୁ ୧୬୨ ଜଣ, ଢ଼େଙ୍କାନାଳରୁ ୬୩ ଜଣ, ଗଜପତିରୁ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୬୪ ଜଣ ଓ ବାଲେଶ୍ୱରରୁ ୧୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0