ନୂଆଦିଲ୍ଲୀ: ଗୁଗଲ ତରଫରୁ ଲୋକଙ୍କୁ ବାର୍ତ୍ତା ଦେବାପାଇଁ ଓ କାହାକୁ ମନେ ପକାଇବା ପାଇଁ ସାଧାରଣତଃ ଡ଼ୁଡ଼ଲ ବନାଯାଇଥାଏ । ଗୁଗଲ ପ୍ରତିଦିନ କୌଣସି ନା କୌଣସି ମହାନ ଲୋକଙ୍କୁ ମନେ ପକାଇବା ପାଇଁ ଡ଼ୁଡ଼ଲ ବନାଇଥାଏ । ଗୁଗଲର ଡ଼ୁଡ଼ଲ ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇସାରିଛି । ଆଜି ଗୁଗଲ, ଡ଼ୁଡ଼ଲ ଲୋକମାନଙ୍କୁ ମାସ୍କର ଆବଶ୍ୟକତାକୁ ବୁଝାଇଛି । ଆଜିର ଡ଼ୁଡ଼ଲ ମାସ୍କକୁ ନେଇ ବନାଯାଇଛି । ଏହା ମଧ୍ୟରେ ଲୋକମାନଙ୍କ ପାଇଁ ମାସ୍କ କେତେ ଜରୁରୀ ତାହା ବିଷୟରେ ସୂଚନା ଦିଆଯିବା ସହ ଡ଼ୁଡ଼ଲ କରୋନା ଭାଇରସରୁ ବଞ୍ଚିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ‘ମାସ୍କ ପିନ୍ଧନ୍ତୁ, ଲୋକଙ୍କ ଜୀବନ ବଞ୍ଚାନ୍ତୁ’ ବୋଲି ଡ଼ୁଡ଼ଲ ମାସ୍କ ପାଇଁ ସଂନେ୍ଦଶ ଦେଇଛି । କରୋନାରୁ ବଞ୍ଚିବା ପାଇଁ ମାସ୍କ ନିହାତି ଆବଶ୍ୟକ ବୋଲି ଡ଼ୁଡ଼ଲ ସୂଚନା ଦେବା ସହ ଏହା ମଧ୍ୟ କହିଛି କି ଫେସ କଭର ପିନ୍ଧନ୍ତୁ, ନିଜ ହାତ ଧୁଅନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ । ଏହା ପୂର୍ବରୁ ଗୁଗଲ, ଡ଼ୁଡ଼ଲ ତିଆରି କରି କରୋନା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇଥିଲା । ଏଥିରେ ଡ଼ାକ୍ତର, ନର୍ସ, ଡ଼େଲିଭରି ଷ୍ଟାଫ, କୃଷକ, ଶିକ୍ଷକ, ସଫେଇ କର୍ମଚାରୀ ଓ ବିପଦକାଳୀନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0